ଲାଉଡସ୍ପିକର ବିବାଦ ନେଇ ମୁହଁ ଖୋଲିଲେ ସଂଜୟ ରାଉତ, ଏମିତି ଦେଲେ ବୟାନ
Khabar Odisha:Politics-why-MNS-Raj-Thackeray-is-proactive-on-loudspeaker-row-Sanjay-Raut

ମୁମ୍ବାଇ, ମେ ୦୬ (ଖବର ଓଡ଼ିଶା): ଶିବସେନା ସାଂସଦ ସଂଜୟ ରାଉତ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକ୍‌ରେଙ୍କୁ ନେଇ ବୟାନ ଦେଇଛନ୍ତି । ସଂଜୟ ରାଉତ କହିଛନ୍ତି ଯେ, ଆଜି ରାଜ୍ୟର ପ୍ରତିଟି ସ୍ଥାନରେ ଲାଉଡସ୍ପିକର ରାଜନୀତି ଚାଲିଛି । ମସ୍‌ଜିଦରେ ଲାଉଡସ୍ପିକର ସଂପର୍କରେ ବାଲାସାହେବ ଠାକରେଙ୍କ ବିଚାର ଉପରେ କିଛି ପୁରୁଣା ଭିଡିଓ କ୍ଲିପ ସେୟାର କରାଯାଉଛି । ତେଣୁ ମୁଁ ପଚାରିବାକୁ ଚାହୁଁଛି ଯେ, ପୂର୍ବରୁ ଏହି ପ୍ରସଙ୍ଗ କାହିଁକି ଉଠୁ ନଥିଲା । 

ସଂଜୟ ରାଉତ କହିଛନ୍ତି ଯେ, ବିଗତ ୫୦ ବର୍ଷ ଭିତରେ ଏହି ପ୍ରସଙ୍ଗ କାହିଁକି ଉଠି ନଥିଲା? ଏହି ସମୟ ମଧ୍ୟରେ ରାଜ୍ ଠାକରେ କାହିଁକି ଲାଉଡସ୍ପିକର ନେଇ ଚର୍ଚ୍ଚା କରି ନଥିଲେ । ପୂର୍ବରୁ ଏହାକୁ ନେଇ ବୟାନ ଆସି ନଥିଲା କି ବିବାଦ ମଧ୍ୟ ହୋଇ ନଥିଲା । କିନ୍ତୁ ଏବେ ଏହି ବଡ଼ ପ୍ରସଙ୍ଗ ଉଠିବାର କାରଣ ରାଜ୍ ଠାକରେଙ୍କ ବଡ଼ ଭାଇ ଉଦ୍ଧବ ଠାକରେ ଶିବସେନା ମୁଖ୍ୟ ଓ ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ । 

ସୂଚନାଯୋଗ୍ୟ, ରାଜ୍ ଠାକରେ ଏହି ମାମଲାରେ ରାଜ୍ୟ ସରକାରଙ୍କୁ ମେ’ ୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ନିବାସ ବାହାରେ ହନୁମାନ ଚାଲିସା ପାଠକୁ ନେଇ ଅମରାବତୀ ସାଂସଦ ନବନୀତ ରାଣା ଓ ତାଙ୍କର ବିଧାୟକ ପତି ରବି ରାଣାଙ୍କ ଗିରଫ ପରେ ରାଜ୍ୟରେ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମୁମ୍ବାଇର କିଛି ମସଜିଦ୍‌ରେ ସକାଳୁ ଲାଉଡସ୍ପିକର ବାଜୁ ନାହିଁ ।  

 

  • Tags:

Subscribe

National International State Sports Entertainment