ଡବଲ ଇଞ୍ଜିନ ସରକାର ହେଲେ ଡାଲି ଦୁର୍ନୀତିରେ ଥିବା ଲୋକଙ୍କୁ ଜେଲ ପଠାଯିବ: ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Politics-odisha-who-invovle-in-dal-corruption-they-will-sent-to-jail-whencome-to-power-say-Dharmendra-Pradhan
ବିଞ୍ଝାରପୁର, ଏପ୍ରିଲ୨୧(ଖବର ଓଡ଼ିଶା):

ଓଡିଶାରେ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଆସିଲେ ଡାଲି ଦୁର୍ନୀତିରେ ଥିବା ଲୋକଙ୍କୁ ଜେଲ ପଠାଯିବ ବୋଲି ଯାଜପୁର ବିଞ୍ଜାରପୁର ନିର୍ବାଚନ ମଣ୍ଡଳି  କଲ୍ୟାଣପୁରରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲେ ଚିଟଫଣ୍ଡକାରୀ ଓ ଖଣି ମାଫିଆଙ୍କୁ ତିନି ମାସରେ ଜେଲ୍ ପଠାଯିବ, ସମ୍ପତିକୁ ବାଜ୍ୟାପ୍ତ କରାଯାଇ ସେହି ପଇସାରେ ଡାକ୍ତରଖାନା,ବିଦ୍ୟାଳୟ ସମେତ ଲୋକକଲ୍ୟାଣ ପ୍ରକଳ୍ପ କରାଯିବ, ଗୁଣ୍ଡା ବିରୋଧୀ ଆଇନ ଅଣାଯାଇ ଗୁଣ୍ଡାକୁ ଆକଟ କରିବା ପାଇଁ ପୋଲିସଙ୍କୁ ଅଧିକାର ଦିଆଯିବ,୧୫ ବର୍ଷର ଝିଅ ମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅତ୍ୟାଚାରୀକୁ ଫାଶୀଦଣ୍ଡ ଦିଆଯିବ ।

ସେହିପରି ମୋଦୀ ଆସିଲେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପପ୍ରଚାର କରୁଥିବା ବେଳେ ବିଜେପି କ୍ଷମତାକୁ ଆସିଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ ବୋଲି ସେ କହିଛନ୍ତି ।  

ସେ କହିଛନ୍ତି ଯେ ୧୯ ବର୍ଷର ଲମ୍ବା ଶାସନରେ ଏ  ଅଂଚଳରେ ପାଇପ ଯୋଗେ ଶୁଦ୍ଧ ପିଇବା ପାଣି ନାହିଁ, ଜଳ ସେଚନର ବ୍ୟବସ୍ଥା ନାହିଁ, ସରକାରୀ ସ୍କୁଲରେ ଶିକ୍ଷକ ଓ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ରୋଜଗାର ନପାଇ ଯୁବକ ବାହାରକୁ କାମ  କରିବାକୁ ଯାଉଛି ।

ମୋଦି ଓଡିଶାକୁ ୧୦ ଲକ୍ଷ ଘର ଦେଇଥିବା ବେଳେ ୫୦ ଲକ୍ଷ ଶୌଚାଳୟ, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି । ମୋଦି ଘର ପାଇଁ ପରିବାର ପିଛା ଦେଢ ଲକ୍ଷ ଟଙ୍କା ଓ ଶୌଚାଳୟ ପାଇଁ ପରିବାର ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ପିସି କାରବାର ହେଉଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।   

ସେହିପରି ଧର୍ମେନ୍ଦ୍ର କହିଛନ୍ତି ଯେ ୧୯ ବର୍ଷର ଶାସନ ପରେ ମୁଖ୍ୟମନ୍ତ୍ରୀ ଓଡିଶାର ଚାବି ଖଣିମାଫିଆ ଓ  ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଦେଇଦେଲେ । ଓଡିଶାର ଚାବିକୁ ସମୁଦ୍ରରେ ଫିଙ୍ଗି ଦେବା ପରେ ଏମାନେ କୁମ୍ଭୀର କାନ୍ଦଣା କାନ୍ଦିବାର ସୁଆଙ୍ଗ ରଚୁଛନ୍ତି ।  ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ରତ୍ନଭଣ୍ଡାର ଚାବି ହଜେଇ ଦେଉଥିବା ବେଳେ ଦିଲ୍ଲୀର ଚାବି କାଠି ରଖିବାକୁ ବାହାରିଛନ୍ତି ବୋଲି ସେ କହିଛନ୍ତି । 

ଏହି ନିର୍ବାଚନ ସାଂସଦ ଓ ବିଧାୟକ ପାଇଁ ନୁହେଁ, ଚାଷୀ, ଯୁବପିଢୀ, ଶିଶୁଙ୍କ ଭବିଷ୍ୟତ, ମହିଳାଙ୍କ ସୁରକ୍ଷା, ଦେଶର ସୀମାକୁ କିଏ ସୁରକ୍ଷିତ ରଖିବ, ତାହାର ନିର୍ବାଚନ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । 

  • Tags:

Subscribe

National International State Sports Entertainment