ବାରଣାସୀରେ ଚାଲିଛି ମହାମୁକାବିଲାର ପ୍ରସ୍ତୁତି, ପ୍ରିୟଙ୍କା କହିଲେ ରାହୁଲ ଅନୁମତି ଦେଲେ ମୋଦୀଙ୍କ ବିରୋଧରେ ଲଢିବି
Khabar Odisha:Politics-odisha-priyanka-gandhi-vadra-vs-pm-narendra-modi-in-varanasi-seems-closer
ଲକ୍ଷ୍ନୌ, ଏପ୍ରିଲ୨୧(ଖବର ଓଡ଼ିଶା):

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପିଏମ ନରେନ୍ଦ୍ର ମୋଦୀଙ୍କ  ବିରୋଧରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି। ପ୍ରିୟଙ୍କା ଗାନ୍ଧୀଙ୍କ ପତି ରବର୍ଟ ଭଦ୍ରା ମଧ୍ୟ ଏହି ଦିଗ ପ୍ରତି ଇସାରା  କରି ସାରିଛନ୍ତି। ରବିବାର ଯେବେ ପ୍ରିୟଙ୍କାଙ୍କୁ ଏହି ବିଷୟରେ ପ୍ରଶ୍ନ କରାଗଲା ସେ କହିଲେ ଯେ, ଯଦି ବାରଣାସୀରୁ ଲଢିବାକୁ ସୁଯୋଗ ଦିଆଯାଏ ତେବେ ବହୁତ ଖୁସି ହେବି।

ଓ୍ଵାୟନାଡ  ଲୋକସଭାରେ ନିଜ ଭାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ପ୍ରଚାର କରିବାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ପ୍ରିୟଙ୍କା ଏଠାରୁ ଫେରିବା ପୂର୍ବରୁ  କହିଛନ୍ତି ଯେ, ଯଦି କଂଗ୍ରେସ ଅଧ୍ୟକ୍ଷ ମୋତେ ବାରଣାସୀରୁ ଲଢିବା ପାଇଁ କହିବେ ତେବେ ମୁଁ ଲଢିବାକୁ ପ୍ରସ୍ତୁତ। କଂଗ୍ରେସ ଏ ପର୍ୟ୍ୟବନ୍ତ ବାରଣାସୀ ସିଟରେ ନିଜର ପ୍ରାର୍ଥୀ ଘୋଷଣା କରି ନାହିଁ। ସ୍ଥାନୀୟ କାର୍ଯ୍ୟକର୍ତ୍ତା ପ୍ରିୟଙ୍କାଙ୍କୁ ବାରଣାସୀରୁ ଲଢିବା ପାଇଁ ଦାବି କରୁଛନ୍ତି। 

ଉଲ୍ଲେଖଯୋଗ୍ୟ, ବାରଣାସୀ ସିଟରୁ ନିଜର ପ୍ରାର୍ଥୀକୁ ନେଇ କଂଗ୍ରେସ ମଧ୍ୟରେ ବହୁତ ମତ ପାର୍ଥକ୍ୟ ରହିଛି। ପାର୍ଟି ସୂତ୍ର ମୁତାବକ ବାରଣାସୀର ନିକଟରେ ଦଳ ଆଭ୍ୟନ୍ତରୀଣ ସର୍ଭେ କରିଛି। ଏଠାରେ ସ୍ଥିତି କଣ ରହିଛି ତାର ଜାଣିବାକୁ ଚେଷ୍ଟା କରାଯାଇଛି। ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ଯଦି ପ୍ରିୟଙ୍କା ଗାନ୍ଧୀଙ୍କୁ ଏଠାରେ ପ୍ରାର୍ଥୀ କରାଯାଏ, ତେବେ ବାକି ଦଳଗୁଡିକର ଆଭିମୁଖ୍ୟ କଣ ରହିବ। ସେମାନେ ସମର୍ଥନ କରିବେ ନା ନାହିଁ। ବାରଣାସୀରେ ୨୦୧୪ରେ କଂଗ୍ରେସ ରାୟଙ୍କୁ ଟିକେଟ୍ ଦେଇଥିଲା।  

କିଛି ଦିନ ପୂର୍ବେ ପାର୍ଟିର ମହାସଚିବ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ଅଟନ୍ତି। ତାଙ୍କର ବାରଣାସୀରୁ ଲଢିବା ବହୁତ ଖାସ ମହତ୍ଵ ବହନ କରୁଛି। କାରଣ ଏହି ସିଟରେ ପିଏମ ନରେନ୍ଦ୍ର ମୋଦୀ ଲଢୁଛନ୍ତି। ୨୦୧୪ରେ ମୋଦୀ ପ୍ରଥମ ଥର ଏହି ଆସନରେ ନିର୍ବାଚନ ଲଢିଥିଲେ। ଏଥର କଂଗ୍ରେସ ବାରଣାସୀ ଲଢେଇକୁ ମୋଦୀ ବନାମ ପ୍ରିୟଙ୍କା କରିବାକୁ ଚେଷ୍ଟା କରିପାରେ। 

ବାରଣାସୀରେ ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ମେ ୧୯ରେ ମତଦାନ ହେବ। ପ୍ରଧାନମନ୍ତ୍ରୀ ଏପ୍ରିଲ ୨୬ରେ ଏଠାରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କୁହାଯାଉଛି। 

  • Tags:

Subscribe

National International State Sports Entertainment