ମହାରାଷ୍ଟ୍ର ଏଗଜିଟ୍ ପୋଲ: ବିଜେପିକୁ ୩୮ ରୁ ୪୨ ସିଟ୍, କଂଗ୍ରେସ-ଏନସିପି ଫେଲ
Khabar Odisha:Politics-odisha-exit-poll-2019-bjp-winning-in-maharashtra-and-goa-
ନୂଆଦିଲ୍ଲୀ,ମେ୧୯(ଖବର ଓଡ଼ିଶା):

ଲୋକସଭା ନିର୍ବାଚନ ୨୦୧୯ର ମହା ଏଗଜିଟ୍ ପୋଲରେ ବିଜେପିକୁ ମହାରାଷ୍ଟ୍ର ଓ ଗୋଆରୁ ବିପୁଳ ବିଜୟ ମିଳୁଥିବା ଦେଖିବାକୁ ମିଳିଛି। ଏକ ପ୍ରକାର କହିବାକୁ ଗଲେ ଏହି ଦୁଇ ରାଜ୍ୟରେ ଦଳ କ୍ଲିନ୍ ସୁଇପ୍ କରିବାର ସଙ୍କେତ ଏଗଜିଟ୍ ପୋଲରୁ ମିଳିଛି। ଆଜତକ-ଏକ୍ସିସ୍ ମାଇଁ ଇଣ୍ଡିଆର ଏଗଜିଟ୍ ପୋଲରେ ମହାରାଷ୍ଟ୍ରରେ ଏନଡିଏକୁ ୩୮ରୁ ୪୨ ସିଟ୍ ମିଳିବାର ଅନୁମାନ କରାଯାଇଛି। ଅନ୍ୟ ପଟେ ୟୁପିଏ ଖାତାକୁ ୬ ରୁ ୧୦ ସିଟ୍ ଜିତିପାରେ। ଗତ ଥର ୨୦୧୪ରେ ଲୋକସଭା ନିର୍ବାଚନରେ ବିଜେପିକୁ ୨୩ ସିଟ୍ ମିଳିଥିବା ବେଳେ ସହଯୋଗୀ ଶିବସେନାକୁ ୧୮ ସିଟ୍ ମିଳିଥିଲା। ୨୦୧୯ ଏଗଜିଟ୍ ପୋଲ ମୁତାବକ ବିଜେପି-ଶିବସେନା ମେଣ୍ଟକୁ ୩୮ରୁ ୪୨ ସିଟ୍ ମିଳିପାରେ। ଅନ୍ୟ ପଟେ ଏନସିପିକୁ ୬ରୁ ୧୦ ସିଟରେ ସନ୍ତଷ୍ଟ ହେବାକୁ ପଡ଼ିପାରେ।

ଭୋଟ୍ ପ୍ରତିଶତ ଉପରେ ନଜର ପକାଇଲେ ବିଜେପିକୁକ ୪୮ ପ୍ରତିଶତ, କଂଗ୍ରେସକୁ ୩୩ ପ୍ରତିଶତ, ଭିବିଏକୁ ୧୩ ପ୍ରତିଶତ ଓ ଅନ୍ୟକୁ ୬ ପ୍ରତିଶତ  ଭୋଟ୍ ମିଳିପାରେ। ୨୦୧୪  ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ମେଣ୍ଟକୁ ୪୮ ପ୍ରତିଶତ ଭୋଟ୍ ମିଳିଥିଲା। ଅନ୍ୟ ପଟେ ବିଧାନସଭା ନିର୍ବାଚନରେ ୪୭ ପ୍ରତିଶତ ଭୋଟ୍ ମିଳିଥିଲା। କଂଗ୍ରେସକୁ ୨୦୧୪ ଲୋକସଭା ଓ ବିଧାନସଭାରେ କ୍ରମଶଃ ୩୭ ଓ ୩୬ ପ୍ରତିଶତ ଭୋଟ୍ ମିଳିଥିଲା। ଅନ୍ୟକୁ ୨୦୧୪ ଲୋକସଭା ଓ ବିଧାନସଭାରେ ୧୫ ଓ ୧୭ ପ୍ରତିଶତ ଭୋଟ୍ ମିଳିଥିଲା।

Subscribe

National International State Sports Entertainment