ମମତା ବାନାର୍ଜୀଙ୍କୁ ଶିବରାଜ ସିଂହ ଚୌହାନଙ୍କ ଜବାବ- ଆମକୁ ରୋକିବାକୁ ଚେଷ୍ଟା କଲେ ଦେଖିନେବୁ
Khabar Odisha:Politics-odisha-bjp-leader-shivraj-singh-chouhan-membership-drive-west-bengal-cm-mamata
ନୂଆଦିଲ୍ଲୀ,ଜୁନ୧୪(ଖବର ଓଡ଼ିଶା):

 ଭାରତୀୟ ଜନତା ପାର୍ଟି ସଦସ୍ୟତା କମିଟିର ଅଧ୍ୟକ୍ଷ ହେବା  ପରେ ଶିବରାଜ ସିଂହ ଚୌହାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଟାର୍ଗେଟ୍ କରିଛନ୍ତି। ଶିବରାଜ କହିଛନ୍ତି ଯେ, ସଦସ୍ୟତା ସଂଗ୍ରହ ଅଭିଯାନ ସମୟରେ ଆମର ଅଧିକ ଫୋକସ୍ ପଶ୍ଚିମବଙ୍ଗ ଉପରେ ରହିବ। ରାଜ୍ୟରେ ଅନେକ କାର୍ୟ୍ୟୁକ୍ରମ ଆୟୋଜିତ ହେବ। ଯଦି କିଏ ଆମକୁ ରୋକିବାକୁ ଚେଷ୍ଟା କରେ, ତେବେ ଆମେ ଦେଖିନେବୁ।

ଶୁକ୍ରବାର ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଆମେ ତୃଣମୂଳସ୍ତର କାର୍ଯ୍ୟକର୍ତ୍ତାଙ୍କ କାରଣରୁ ବିଜେପି  ନିଜର ବ୍ୟାପକ ଲୋକପ୍ରିୟତା ବଜାୟ ରଖି ପାରିଛି। ସେମାନଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ଆମେ ସଦସ୍ୟ ସଂଗ୍ରହ ଅଭିଯାନ ଜୁଲାଇ ୬ରୁ ଆରମ୍ଭ କରୁଛୁ। 

ଶିବରାଜ କହିଛନ୍ତି ଯେ, ନିକଟରେ ସଂପନ୍ନ ଲୋକସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା, ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ପରିଶ୍ରମ ଓ ୧୧ କୋଟି ସଦସ୍ୟଙ୍କ ଯୋଗଦାନ ରହିଛି। ଯାହା ଫଳରେ ବିଜେପି ଦମଦାର ପ୍ରଦର୍ଶନ କରି ପାରିଛି। ମାତ୍ର ବିଜେପିକୁ ଶିଖରରେ ପହଞ୍ଚିବା ବାକି ରହିଛି।

ସରକାର ଓ ସଂଗଠନର ମୂଳମନ୍ତ୍ର ବିଷୟରେ ଶିବରାଜ କହିଛନ୍ତି ଯେ, ମୋଦୀ ସରକାରଙ୍କ ମୂଳମନ୍ତ୍ର ସବକା ସାଥ, ସବକା ବିକାଶ। ସଂଗଠନର ମୂଳମନ୍ତ୍ର ସର୍ବ ସ୍ପର୍ଶୀ ଓ ସର୍ବ ବ୍ୟାପୀ ବିଜେପି। ଏହି ସଦସ୍ୟତା ଅଭିଯାନରେ କୌଣସି ବୁଥ୍ ବାଦ୍ ପଡ଼ିବ ନାହିଁ। ପଶ୍ଚିମବଙ୍ଗ, ତାମିଲନାଡୁର, କେରଳ, ପୁଡୁଚେରୀ, କାଶ୍ମୀର ଘାଟି, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଆଦି ରାଜ୍ୟରେ ବିଶେଷ ଫୋକସ୍ ରହିବ ବୋଲି ଚୌହାନ କହିଛନ୍ତି।

ସେ କହିଛନ୍ତି ଯେ, ଜୁନ ୧୭ରେ ସବୁ ରାଜ୍ୟର ପ୍ରଭାରୀଙ୍କ ବୈଠକ ହେବ, ଏଥିରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଉପସ୍ଥିତ ରହିବେ। ଜୁଲାଇ ୧ ସୁଦ୍ଧା ସବୁ ବୈଠକ ଶେଷ ହେବ। ୨ କୋଟି ୨୦ ଲକ୍ଷ ନୂତନ ସଦସ୍ୟ ପାର୍ଟିରେ ଯୋଡିବା ଆମର ଲକ୍ଷ୍ୟ, ଯାହା  ବର୍ତ୍ତମାନ ସଦସ୍ୟର ୨୦ ପ୍ରତିଶତ ହେବ। ସଦସ୍ୟ ସଂଗ୍ରହ ଅଭିଯାନ ଜୁଲାଇ ୬ରୁ ଆରମ୍ଭ ହୋଇ  ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ଏହା ପରେ ଅଗଷ୍ଟ ୧୬ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ କରିବା ଅଭିଯାନ ଚାଲିବ।

  • Tags:

Subscribe

National International State Sports Entertainment