ନୂଆଦିଲ୍ଲୀ: ଦିଲ୍ଲୀରେ ବୋମା ଧମକ ମାମଲା ଥମିବାର ନାଁ ନେଉନାହିଁ । ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ଏକ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ବିଚାରପତିଙ୍କ ଚାମ୍ବର ଏବଂ ଅନ୍ୟାନ୍ୟ ସ୍ଥାନରେ ତିନୋଟି ବୋମା ରଖାଯାଇଛି । ଅପରାହ୍ନ ନମାଜ ପରେ ବିସ୍ଫୋରଣ ହେବ । ତେଣୁ ଅପରାହ୍ନ 2ଟା ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଇମେଲରେ କୁହାଯାଇଛି । ଧମକ ପୂର୍ଣ୍ଣ ଇମେଲ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଆରମ୍ଭ ହୋଇଯାଇଛି ।
Read More >