ପଂଜାବ କଂଗ୍ରେସରେ ଥମୁନାହିଁ କଳହ, ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦରି ସିଂହ
Khabar Odisha:Politics-Punjab-CM-captain-Amarinder-Singh-expressed-displeasure-by-writing-letter-to-Sonia-Gandhi

ଚଣ୍ଡୀଗଡ଼, ଜୁଲାଇ ୧୭ (ଖବର ଓଡ଼ିଶା): ପଂଜାବ କଂଗ୍ରେସରେ କଳହ ଜାରି ରହିଛି । ଏବେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅସନ୍ତୁଷ୍ଟ ଦେଖାଯାଇଛନ୍ତି । ଅମରିନ୍ଦର ସିଂହ ଚିଠିରେ କହିଛନ୍ତି, ଆଲାକମାନ ବଳପୂର୍ବକ ପଂଜାବ ସରକାର ଏବଂ ପଂଜାବ କଂଗ୍ରେସର ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି । ଏଥି ସହିତ କଂଗ୍ରେସ ଆଲାକମାନଙ୍କୁ ପଂଜାବ ରାଜ୍ୟ ବିଷୟରେ ବୁଝାଇବା ଦରକାର । 

ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସୋନିଆଙ୍କୁ ଚିଠିରେ କହିଛନ୍ତି, ପଂଜାବର ଅବସ୍ଥା ଏତେ ଅନୁକୂଳ ନୁହେଁ ଏବଂ ପାର୍ଟିରେ ଆଲାକମାନଙ୍କ ଦ୍ୱାରା କରାଯାଇଥିବା ଦଖଲ ଏବଂ ନିଷ୍ପତ୍ତିକୁ କ୍ଷତି ଆଗାମୀ ଦିନରେ ଉଭୟ ପାର୍ଟି ଓ ସରକାରକୁ ଉଠାଇବାକୁ ପଡ଼ିପାରେ । 

ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ତାଙ୍କର ସମର୍ଥକ ନେତା ପୂର୍ବତନ ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ କମିଟିର ସଭାପତି କରିବା ବିରୋଧରେ । ଅମରିନ୍ଦର ସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅପିଲ କରିଛନ୍ତି ଯେ, ସିଦ୍ଧୁଙ୍କୁ କଂଗ୍ରେସ ସଭାପତି କରାଗଲେ ଆଗାମୀ ବିଧାନସଭା ନିର୍ବାଚନ କଂଗ୍ରେସର ବିଜୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ । 

 

  • Tags:

Subscribe

National International State Sports Entertainment