ମଧ୍ୟପ୍ରଦେଶ: ବିଜେପି ବିଧାୟକଙ୍କୁ ଧମକ ଦେଲେ କମଳନାଥଙ୍କ ମନ୍ତ୍ରୀ!
Khabar Odisha:Politics-BJP-MLA-Birendra-Raghuvanshi-in-pic-has-alleged-that-MP-Minister-Pradhuman-Singh-Tomar-threatened

ଭୋପାଳ, ନଭେମ୍ବର ୧୯ (ଖବର ଓଡ଼ିଶା): କମଳନାଥ ସରକାରରେ ମନ୍ତ୍ରୀ ପ୍ରଧୁମାନ ସିଂହ ତୋମର ଭାରତୀୟ ଜନତା ପାର୍ଟିର ବିଧାୟକ ବୀରେନ୍ଦ୍ର ରଘୁବଂଶୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏକ ବୈଠକରେ ସୋମବାର ବିଧାୟକ ଶ୍ରୀ ରଘୁବଂଶୀ ଶିବପୁରୀସ୍ଥିତ ମେଡିକାଲ କଲେଜର ନାମ ମାଧବରାଓ ସିନ୍ଧିଆ ବଦଳରେ ମହାତ୍ମାଗାନ୍ଧୀ ମେଡିକାଲ କଲେଜ ରଖିବାକୁ ପ୍ରସ୍ତାବ ଦେଇଥିଲେ । 

ବିଧାୟକ ବୀରେନ୍ଦ୍ର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏ ବାବଦରେ ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଜଣାଇବି । ସେ କହିଛନ୍ତି, ମନ୍ତ୍ରୀ ତୋମର ଦେଖିନେବି ବୋଲି ଧମକ ଦେଇଥିଲେ । ସେ କହିଛନ୍ତି ମୋ ଜୀବନ ସହ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଅଛି । ତେଣୁ ସୁରକ୍ଷା ଦରକାର ବୋଲି ବୀରେନ୍ଦ୍ର କହିଛନ୍ତି । 

ଅନ୍ୟପଟରେ ବିଜେପି ବିଧାୟକଙ୍କର ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ତୋମର ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୁଁ ସେଭଳି କିଛି କହି ନଥିଲି । ବୈଠକରେ ମାଧବରାଓ ସିନ୍ଧିଆଙ୍କ ନାମରେ ମେଡିକାଲ କଲେଜର ନାମ କରଣ ହେବା ନେଇ ନିଷ୍ପତ୍ତି ହୋଇଥିଲା ।

 

  • Tags:

Subscribe

National International State Sports Entertainment