ଲଖନଉ, ମେ ୦୭ (ଖବର ଓଡ଼ିଶା): ତେଲେଙ୍ଗାନାରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବ । ସମସ୍ତ ରାଜନୈତିକ ପାର୍ଟି ଏଥି ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରୀପ୍ରେକ୍ଷିରେ ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି । ତାଙ୍କ ତରଫରୁ ଚାଷୀଙ୍କ ପାଇଁ ଏକ ବଡ଼ ରାଲିର ଆୟୋଜନ କରାଯାଇଛି । ରାହୁଲ ଗାନ୍ଧୀ ସ୍ପଷ୍ଟ ଭାବେ କହିଦେଇଛନ୍ତି ଯେ, ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ିବାକୁ ଯାଉଛି । ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ସହିତ କୌଣସି ପ୍ରକାରରେ ହାତ ମିଳାଯିବ ନାହିଁ ।
ରାହୁଲ ଗାନ୍ଧୀ କଂଗ୍ରେସ ନେତାଙ୍କୁ ଚେତାବନୀ ଦେଇଛନ୍ତି । ରାହୁଲ କହିଛନ୍ତି ଗୋଟିଏ କଥା ଭଲ ଭାବରେ ଜାଣି ନିଅନ୍ତୁ ଯେ, କଂଗ୍ରେସର ପ୍ରତ୍ୟେକ ନେତା, ସବୁ କର୍ମକର୍ତ୍ତା ଭଲଭାବରେ ବୁଝିବା ଦରକାର । ଯେଉଁ ବ୍ୟକ୍ତି ତେଲେଙ୍ଗାନା ସହିତ ଧୋକା ଦେଇଛନ୍ତି, ଯେଉଁ ବ୍ୟକ୍ତି ତେଲେଙ୍ଗାନାରୁ ଚୋରି କରିଛି, ଯେଉଁ ବ୍ୟକ୍ତି ତେଲେଙ୍ଗାନାର ସ୍ୱପ୍ନକୁ ନଷ୍ଟ କରିଛନ୍ତି, ସେହି ବ୍ୟକ୍ତି ସହିତ କଂଗ୍ରେସର କୌଣସି କଥାବାର୍ତ୍ତା ନାହିଁ । ଯଦି ଏହି ପ୍ରସଙ୍ଗ କୌଣସି ନେତା ଉଠାନ୍ତି, ସେହି ବ୍ୟକ୍ତିଙ୍କୁ ଆମେ କଂଗ୍ରେସକୁ ପାର୍ଟିରୁ ବହିଷ୍କାର କରିବୁ । ଧରନ୍ତୁ ଯେତେ ବଡ଼ ନେତା ବି ହୋଇଥାନ୍ତୁ ବାହାର କରିବା ସୁନିଶ୍ଚିତ ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ଚନ୍ଦ୍ରଶେଖର ରାଓ ସାଧାରଣ ଜନତାଙ୍କର ମୁଖ୍ୟମନ୍ତ୍ରୀ ନୁହଁନ୍ତି । ତାଙ୍କ ମନରେ ଯାହା ଆସେ, ତାହା ହିଁ କରନ୍ତି । ଲୋକଙ୍କର ଅସୁବିଧା ଉପରେ ମୁଖ୍ୟମନ୍ତ୍ରୀଙ୍କ କୌଣସି ନେଣ-ଦେଣ ନାହିଁ । ତେଣୁ ତେଲେଙ୍ଗାନାରୁ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)କୁ ହଟାଇବା କାମ କେବଳ କଂଗ୍ରେସ ହିଁ କରିପାରିବ ।