ଲୋକସଭା ନିର୍ବାଚନ: କଂଗ୍ରେସର ୩ୟ ତାଲିକା ଜାରି, ସୁସ୍ମିତା ଦେବଙ୍କୁ ମିଳିଲା ଟିକେଟ
Khabar Odisha:Politics-Congress-Congress-releases-its-third-list-of-Lok-Sabha-candidates-for-different-seats

ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ନିଜର ପ୍ରାର୍ଥୀଙ୍କର ତୃତୀୟ ପର୍ଯ୍ୟାୟର ତାଲିକା ପ୍ରକାଶ କରିଛି । ଏଥିରେ ଉତ୍ତର ପ୍ରଦେଶ, ଆସାମ, ତେଲେଙ୍ଗାନା ଏବଂ ପୂର୍ବୋତ୍ତର ରାଜ୍ୟର ୧୮ଟି ଆସନରେ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି । ପାର୍ଟି ମହାସଚିବ ମୁକୁଲ ବାସନିକ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶର ବାରବାଙ୍କୀ, ଆସାମର ୫, ତେଲେଙ୍ଗାନାର ୮, ମେଘାଳୟର ୨ ଏବଂ ସିକ୍କିମଏବଂ ନାଗାଲାଣ୍ଡରେ ଏକ-ଏକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । 

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟତାରେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ଅନୁସାରେ ପାର୍ଟିର ବରିଷ୍ଠ ନେତା ପିଏଲ ପୁନିଆଙ୍କ ପୁଅ ତନୁଜ ପୁନିଆକୁ ବାରବାଙ୍କୀରୁ ପ୍ରାର୍ଥୀ କରାଯାଇଛି । ଆସାମର ପ୍ରାର୍ଥୀ ଗୌରବ ଗୋଗୋଇ ଏବଂ ସୁସ୍ମିତା ଦେବଙ୍କ ନାମ ମଧ୍ୟ ତାଲିକାରେ ସାମିଲ ଅଛି । କାଲିୟାବୋର ଠାରୁ ଗୌରବ ଗୋଗୋଇ ତଥା ସିଲତର ଠାରୁ ସୁସ୍ମିତା ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଉଭୟ ଏହି ଆସନରୁ ବର୍ତ୍ତମାନ ସାଂସଦ ଅଛନ୍ତି । ମେଘାଳୟର ସିଂଲ ଠାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭିସେଣ୍ଟ ପାଲା ଏବଂ ତୁରାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସଙ୍ଗମାଙ୍କୁ ପ୍ରାର୍ଥୀ କରାଯାଇଛି । 

 

 

  • Tags:

Subscribe

National International State Sports Entertainment