ଆଜି ଦିଲ୍ଲୀରେ କୌଣସି ବୈଠକ କରିବେନି ବିଏସପି ସୁପ୍ରିମୋ ମାୟାବତୀ
Khabar Odisha:Politics-BSP-leader-SC-Mishra-to-ANI-Mayawati-ji-has-no-programme-or-meetings-scheduled-in-Delhi-today

ନୂଆଦିଲ୍ଲୀ, ମଇ ୨୦ (ଖବର ଓଡ଼ିଶା): ବହୁଜନ ସମାଜ ପାର୍ଟି ସୋମବାର ସ୍ପଷ୍ଟ କରିଛି ଯେ, ମାୟାବତୀ ଆଜି ବିରୋଧୀ ଦଳ ନେତାଙ୍କ ସହିତ ଦିଲ୍ଲୀରେ କୌଣସି ବୈଠକ କରୁ ନାହାନ୍ତି । ମାୟାବତୀ ଦିଲ୍ଲୀରେ ବୈଠକ କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିବା ପରେ ଜାତୀୟ ଗଣମାଧ୍ୟମର ପ୍ରତିନିଧିମାନେ ଏବାବଦରେ ଜାଣିବାକୁ ଉଦ୍ୟମ କରିଥିଲେ । ମାତ୍ର ବିଏସପି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ବାବଦରେ କିଛି କୁହାଯାଇ ନାହିଁ । 

ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତା ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି, ଦିଲ୍ଲୀରେ ମାୟାବତୀଙ୍କ ଆଜି କୌଣସି କାର୍ଯ୍ୟକ୍ରମ ଅଥବା ବୈଠକ ନାହିଁ । ସେ ଆଜି ଲଖନଉରେ ରହିବେ । ଅନ୍ୟପକ୍ଷରେ ଅନେକ ଗୁଡ଼ିଏ ଖବର ସଂସ୍ଥା ରିପୋର୍ଟ କରିଛନ୍ତି ଯେ, ମାୟାବତୀ ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ । ସୂଚନାଯୋଗ୍ୟ ଲୋକସଭା ନିର୍ବାଚନ ଶେଷ ହୋଇଥିବା ବେଳେ ମେ’ ମାସ ୨୩ରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ରବିବାର ଏଗଜିଟ ପୋଲ ଆସିଛି, ଯେଉଥିରେ ଅଧିକାଂଶ ସଂସ୍ଥା କହିଛନ୍ତି ଯେ, ବିଜେପି ନେତୃତ୍ୱରେ ଏନଡିଏ ପୁଣି ଥରେ କ୍ଷମତାକୁ ଆସିବ । ନରେନ୍ଦ୍ର ମୋଦୀଙ୍କୁ ଦେଶର ଜନତା ଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟିକୁ ୨୦ଟି ଆସନ ମିଳିପାରେ ବୋଲି ଆକଳନ ହୋଇଛି । 

 

  • Tags:

Subscribe

National International State Sports Entertainment