ରାଜସ୍ଥାନ: ଆସନ୍ତା ସପ୍ତାହରେ ହୋଇପାରେ କ୍ୟାବିନେଟ ସଂପ୍ରସାରଣ, ଦୀଲ୍ଲୀରୁ ଦୂତ ପଠାଇଲା କଂଗ୍ରେସ
Khabar Odisha:Politics-After-Punjab-Tej-Venugopal-and-Maken-reached-Jaipur-to-end-the-conflict-in-Rajasthan-congress

ନୂଆଦିଲ୍ଲୀ/ଜୟପୁର, ଜୁଲାଇ ୨୫ (ଖବର ଓଡ଼ିଶା): କଂଗ୍ରେସର ପଂଜାବ ଶାଖାରେ ବିବାଦର ସମାଧାନ ହେବା ପରେ ଏବେ ରାଜସ୍ଥାନର ପାଳି ଆସିଛି । ଦଳ ଭିତରେ ଦୀର୍ଘ ଦିନରୁ ଚାଲିଆସୁଥିବା ବିବାଦ ଶେଷ କରିବାକୁ ଉଦ୍ୟମ ହୋଇଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସର ସାଗଠନିକ ସାଧାରଣ ସଂପାଦକ କେସି ବେଣୁଗୋପାଳ ଏବଂ ରାଜ୍ୟ ପ୍ରଭାରୀ ଅଜୟ ମାକନ ଶନିବାର ରାତି ଜୟପୁର ପହଂଚିଛନ୍ତି । 

ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସବୁକିଛି ଠିକ ଭାବରେ ପରିଚାଳିତ ହେଲେ, ଆଗାମୀ ସପ୍ତାହରେ ରାଜସ୍ଥାନ ସରକାର କ୍ୟାବିନେଟ ସଂପ୍ରସାରଣ କରିପାରନ୍ତି । କଂଗ୍ରେସର ବରିଷ୍ଠ ନେତା ଶ୍ରୀ ବେଣୁଗୋପାଳ ଓ ଶ୍ରୀ ମାକନ ପାର୍ଟିର ସ୍ଥିତି ସଂପର୍କରେ ସମୀକ୍ଷା କରିବାର ଆଶା କରାଯାଉଛି । 

ସୂତ୍ର ଅନୁସାରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଏବଂ ସଂପ୍ରସାରଣ ହେବା ଆଶା ମଧ୍ୟରେ ୨ ଜଣ ବରିଷ୍ଠ ନେତା ରାଜସ୍ଥାନ ପହଂଚିଛନ୍ତି । ବେଣୁଗୋପାଳ ଏବଂ ମାକନ ଜୟପୁରରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏବଂ ସଚିନ ପାଇଲଟଙ୍କ ସହିତ କଥାବାର୍ତ୍ତା କରିବେ ଏବଂ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଏବଂ ରାଜନୈତିକ ନିଯୁକ୍ତିକୁ ଶୀଘ୍ର ପୂରା କରି ନିଷ୍ପତ୍ତିରେ ମୋହର ଲଗାଇପାରନ୍ତି । ପୂର୍ବରୁ କୁହାଯାଉଥିଲା ଯେ, ଦଳୀୟ କନ୍ଦଳର ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀ କହଲୋତ ଦିଲ୍ଲୀ ଯିବେ । କିନ୍ତୁ ଜୟପୁରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଗହଲୋତ ବର୍ତ୍ତମାନ ପରିପ୍ରେକ୍ଷୀରେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ନାହିଁ । 

 

  • Tags:

Subscribe

National International State Sports Entertainment