ଲାଲୁ ଯାଦବଙ୍କ ୧୫ ବର୍ଷର ଶାସନ କାଳରେ ଲୋକଙ୍କୁ ନ୍ୟାୟ ମିଳି ନାହିଁ: ତେଜସ୍ୱୀ ଯାଦବ
Khabar Odisha:Political-We-apologize-as-social-justice-is-not-done-in-Lalu-ji-s-15-years-rule-says-Tejashwi-Yadav

ପାଟଣା, ଜୁଲାଇ ୦୩ (ଖବର ଓଡ଼ିଶା): ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନିଜର ପିତା ଲାଲୁ ପ୍ରସାଦ ଯାଦବଙ୍କ ୧୫ ବର୍ଷର ଶାସନ କାଳରେ ହୋଇଥିବା ଭୁଲ ନେଇ ସାଧାରଣ ଜନତାଙ୍କୁ ଭୁଲ ମାଗିଛନ୍ତି । ବିହାରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ଗରମ ଦେଖାଯାଇଥିବା ବେଳେ ତେଜସ୍ୱୀ ଯାଦବ ଏଭଳି ବୟାନ ଦେଇଛନ୍ତି । ସାଧାରଣ ଲୋକଙ୍କର ସହାନୁଭୂତି ହାସଲ କରିବା ପାଇଁ ତେଜସ୍ୱୀ ଯାଦବ ଏମିତି ବୟାନ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । 

ଯୁବନେତା ତେଜସ୍ୱୀ ଯାଦବ ଗୁରୁବାର କହିଛନ୍ତି ଯେ, ପାର୍ଟିର ଏକ କାର୍ଯ୍ୟକ୍ରମରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ୧୫ ବର୍ଷର ଆରଜେଡି ଶାସନକାଳରେ ଯଦି କୌଣସି ପ୍ରକାରର ଭୁଲ ହୋଇଛି, ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ଏହି ୧୫ ବର୍ଷ ମଧ୍ୟରେ ଯଦି କିଛି ଭୁଲ ହୋଇଛି, ସେଥିପାଇଁ ଆମେ ସମସ୍ତଙ୍କୁ ଭୁଲ ମାଗୁଛୁ । 

ତେଜସ୍ୱୀ ଯାଦବ କହିଛନ୍ତି, ଆମେ ୧୫ ବର୍ଷ କ୍ଷମତାରେ ଥିଲୁ । କିନ୍ତୁ ସେତେବେଳେ ମୁଁ ସରକାରରେ ନଥିଲି । ମୁଁ ଛୋଟ ଥିଲି । ହେଲେ ମୁଁ ମନା କରୁ ନାହିଁ ଯେ, ଲାଲୁ ସାମାଜିକ ନ୍ୟାୟ ଦେଇନାହାନ୍ତି । ଏହି ବର୍ଷର ଶାସନ କାଳରେ ଅନେକ ଭୁଲ ହୋଇଛି । ଏଥି ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ସେ କହିଛନ୍ତି, ବିହାର ଜନତା ଥରଟିଏ ସୁଯୋଗ ଦେଲେ, ଏଥର ନିରାଶ ହେବାକୁ ପଡ଼ିବ ନାହିଁ । 

 

  • Tags:

Subscribe

National International State Sports Entertainment