ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ବିରୋଧରେ ଆସନ୍ତାକାଲି ବିଜେପିର ଦେଶବ୍ୟାପୀ ଧାରଣା, ଆଜି କୋଲକାତା ଯିବେ ନଡ୍ଡା
Khabar Odisha:Political-JP-Nadda-visit-to-Bengal-BJP-Nationwide-Dharna-on-5th-May-against-TMC-violence

ନୂଆଦିଲ୍ଲୀ, ମେ ୦୪ (ଖବର ଓଡ଼ିଶା): ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ତୃଣମୂଳ ସପକ୍ଷରେ ରହିଛି । ଏହା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଆରାମବାଗସ୍ଥିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି । କୁଚବିହାରରେ ମଧ୍ୟ ହିଂସା ବ୍ୟାପିଛି । ବିଜେପି ଏହି ହିଂସା ପାଇଁ ଟିଏମସିକୁ ଦାୟୀ କରିଛି । ଏହି ଘଟଣାକୁ ନେଇ ବିଜେପି ଚଳିତ ମାସ ୫ ତାରିଖରେ ଦେଶବ୍ୟାପୀ ପ୍ରଦର୍ଶନ କରିବାକୁ ଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କୋଲକାତା ଗସ୍ତ କରିବେ । ନିଆଁ ଲାଗିଥିବା ଏବଂ ଭଙ୍ଗାରୁଜା ହୋଇଥିବା ବିଜେପି କାର୍ଯ୍ୟାଳୟକୁ ମଧ୍ୟ ଶ୍ରୀ ନଡ୍ଡା ଯାଇ ସ୍ଥିତି ଦେଖିବେ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟିଏମସି କାର୍ଯ୍ୟକର୍ତ୍ତା ଦ୍ୱାରା ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆସିବା ପରେ ଦେଖାଯାଇଥିବା ହିଂସା ବରୋଧରେ ସ୍ୱର ଉତ୍ତୋଳନ କରାଯିବ । ମେ’ ୫ ତାରିଖରେ ଦେଶବ୍ୟାପୀ ପ୍ରଦର୍ଶନ କରାଯିବ । ଏହି ବିରୋଧ ପ୍ରଦର୍ଶନ ସମସ୍ତ ମଣ୍ଡଳରେ କୋଭିଡ ଗାଇଡଲାଇନ ପାଳନ କରାଯିବ । 

ସୂଚନାଯୋଗ୍ୟ ଆରାମବାଗରେ ବିଜେପି କାର୍ଯ୍ୟାଳୟରେ ନିଆଁ ଲାଗିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଅଭିଯୋଗ ହେଉଛି ଯେ, ଟିଏମସିର କର୍ମକର୍ତ୍ତାମାନେ ବିଜୟ ଉତ୍ସବ ପାଳନ କରିବା ସମୟରେ ବିଜେପି କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଥିଲେ । 

 

  • Tags:

Subscribe

National International State Sports Entertainment