ଆସନ୍ତାକାଲି କାଲି ଆସିବ ପଦ୍ମପୁର ରେଜଲ୍ଟ । ଗଣତି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଥମେ ସକାଳ 8ରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟ ଗଣତି । 7ଟା 59ସୁଦ୍ଧା ଆସିଥିବା ସମସ୍ତ ପୋଷ୍ଟାଲ ବାଲଟ ପ୍ରଥମେ ଗଣାଯିବ । 296 ପୋଷ୍ଟାଲ ବାଲଟ ଏବେସୁଦ୍ଧା ଆସିଥିବାରୁ ତାକୁ ଆଗ ଗଣତି ହେବ । ଏହାପରେ 8.30ରୁ ଲଗାତର ଭାବେ ଇଭିଏମ କାଉଣ୍ଟିଂ କରାଯିବ । ମୋଟ୍ 319 ବୁଥ ପାଇଁ 14ଟି ଟେବୁଲରେ 23 ରାଉଣ୍ଡ ଗଣତି ହେବ ।
ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିଆରପିଏଫ୍, ଷ୍ଟେଟ ଆର୍ମ ଫୋର୍ସ ଓ ରାଜ୍ୟ ପୋଲିସ ନିଯୁକ୍ତ ହୋଇଛନ୍ତି । ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ପାସ୍ ଦିଆଯାଇଛି । ଗଣତି କେନ୍ଦ୍ର ଆଗରେ ଗଣମାଧ୍ୟମର ସୁବିଧା ପାଇଁ ବ୍ୟବସ୍ଥା ହୋଇଛି । ଏପଟେ ଭୁବନେଶ୍ବର ସିଇଓ ଅଫିସରେ ମଧ୍ୟ ଗଣମାଧ୍ୟମ ଫଳାଫଳ ଜାଣିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।