ବିଜେପି ଦଳ ହିଁ ସୁନାର ବଙ୍ଗଳା ନିର୍ମାଣ କରିପାରିବ-ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Only-the-BJP-can-build-a-golden-west-bengal---Dharmendra-Pradhan

 ପଶ୍ଚିମବଙ୍ଗ , ଏପ୍ରିଲ 5 ବିଜେପି ଦଳ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପଶ୍ଚିମବଙ୍ଗର ବିକାଶ କରିବା ସହ ସୁନାର ବଙ୍ଗଳା ନିର୍ମାଣ କରିପାରିବ ବୋଲି ସୋମବାର ପଶ୍ଚିମବଙ୍ଗର ପାନିହାଟ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେହିପରି ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସରକାରଙ୍କ ପ୍ରଥମ ଦାୟିତ୍ୱ ହେବା ଦରକାର ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି

ଶ୍ରୀ ପ୍ରଧାନ ବୁଦ୍ଧିଜୀବୀଙ୍କ ଦ୍ଵାରା ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନ ଯଥା ପଶ୍ଚିମବଙ୍ଗକୁ ଦୁର୍ନୀତିମୁକ୍ତ କରିବା , ସୁନାର ବଙ୍ଗଳା ପାଇଁ ଥିବା ସମ୍ଭାବନା , ପୂର୍ବ ଭାରତର ଶିକ୍ରାୟନ କ୍ଷେତ୍ରରେ ଥିବା ସୁଯୋଗ ଅନ୍ୟାନ୍ୟ ପ୍ରସଙ୍ଗରେ ଉତର ରଖୁଥିଲେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମୁଦ୍ରିକ ଅର୍ଥନୀତି ସହ ପଶ୍ଚିମବଙ୍ଗ ବିଭିନ୍ନ କ୍ଷେତ୍ରରେ ଆଗୁଆ ରହିଛି ଏଠାକାର ଲୋକମାନେ ବୌଦ୍ଧିକ କ୍ଷମତା ଦୃଷ୍ଟିରୁ ତୀକ୍ଷ୍ଣ ଏହି ଆଲୋଚନାକାଳରେ ଶ୍ରୀ ପ୍ରଧାନ ଓଡ଼ିଶା , ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ଅର୍ଥନୀତି ଉପରେ ମଧ୍ୟ ଆଲୋକପାତ କରିଥିଲେ

ସେ କହିଛନ୍ତି ଯେ ପୂର୍ବ ଭାରତକୁ ଦେଶର ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପୁନଃପ୍ରତିଷ୍ଠା କରିବା ପାଇଁ ଯୋଜନା ରହିଛି ଦିଗରେ ଏହି ଅଂଚଳର ସାମଗ୍ରିକ ବିକାଶକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ପୂର୍ବ ଭାରତ ବିନା ସମଗ୍ର ଭାରତର ବିକାଶ ଅସମ୍ଭବ ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ ଖଣିଜ କ୍ଷେତ୍ରରେ ନୀତି ସଂସ୍କଣ ଅଣାଯାଇଛି ଓଡିଶା , ପଶ୍ଚିମବଙ୍ଗ , ଛତିଶଗଡ଼ , ଝାଡ଼ଖଣ୍ଡ ଭଳି ରାଜ୍ୟ ଏହାର ଉଦାହରଣ ଅପରପକ୍ଷରେ ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଯୋଜନାରେ ଶୌଚାଳୟ , ଆବାସ ଯୋଜନାରେ ଘର , ଉଜଳା ଯୋଜନାରେ ଗ୍ୟାସ , ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ , ଜନଧନ ଆକାଜଟରେ ମହିଳାଙ୍କୁ ଆର୍ଥିକ ସହଯୋଗ ପ୍ରଭୃତି ଦିଆଯାଇଛି ପ୍ରଧାନମନ୍ତ୍ରୀଙ୍କ କନକଲ୍ୟାଣୀ ଯୋଜନାର ପର୍ବ ଭାରତ ଆଜି ଅଧିକ fûbû[ðú ùaûfò ùi KjòQ«òö

ଏତଦବ୍ୟତିତ ପଶ୍ଚିମବଙ୍ଗରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ଶ୍ରୀ ପ୍ରଧାନ ସୋମବାର ପାନିହାଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେପିର ଯୁବ କାର୍ଯ୍ୟକର୍ତ୍ତା ଦ୍ଵାରା ଆୟୋଜିତ ବିଶାଳ ଜନସଭାରେ ସମ୍ବୋଧୂତ କରିବା ସହ ଅନ୍ୟାନ୍ୟ ନିର୍ବାଚନ ଶୋଭାଯାତ୍ରାରେ ଶ୍ରୀ ପ୍ରଧାନ ସାମିଲ ହୋଇଥିଲେ ö

ପଶ୍ଚିମବଙ୍ଗର ସାଧାରଣ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱ ପ୍ରତି ଅଧୁକ ସହଯୋଗ ରହିଛି ପରିବର୍ତନ ଏବଂ ସୁନାର ବଙ୍ଗଳାର ସଂକଳ୍ପକୁ ପୂରଣ କରିବା ପାଇଁ ପଶ୍ଚିମବଙ୍ଗର ପାନିହାଟର କାର୍ଯ୍ୟକର୍ତା ଉତ୍ସାହିତ ଅଛନ୍ତି ବିଜେପିର କାର୍ଯ୍ୟକର୍ତ୍ତା ବିଶେଷ ଭାବରେ ମହିଳା ଏବଂ ଯୁବ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଚଳିତ ନିର୍ବାଚନରେ ପ୍ରମାଣିତ ହେବ ଏବଂ ବିଜେପିର ବିଜୟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି

  • Tags:

Subscribe

National International State Sports Entertainment