ଦ୍ୱିତୀୟ ଲହର ସମୟରେ ଅମ୍ଳଜାନ ଅଭାବରୁ କୌଣସି ରାଜ୍ୟରେ କରୋନା ରୋଗିଙ୍କର ମୃତ୍ୟୁ ହୋଇନାହିଁ - ବିଜେପି
Khabar Odisha:No-corona-patients-died-in-any-state-due-to-lack-of-oxygen-during-the-second-wave---Sambit-Patra

ନୂଆଦିଲ୍ଲୀ, ଜୁଲାଇ ୨୧(ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି ଆଜି କରୋନା ମହାମାରୀକୁ ନେଇ ରାଜନୀତି କରିଥିବାରୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ସମେତ ବିରୋଧୀଙ୍କୁ କଡା ଭାଷାରେ ନିନ୍ଦା କରିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଦ୍ୱିତୀୟ ଲହର ସମୟରେ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ ଦୋହରାଇଛନ୍ତି। ଏହାସହ ସେ କହିଛନ୍ତି ଯେ କରୋନା ଦ୍ୱିତୀୟ କହର ସମୟରେ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ଅମ୍ଳଜାନ ।ଭାବରୁ କରୋନା ରୋଗିଙ୍କର ମୃତ୍ୟୁ ହୋଇନାହିଁ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଅମ୍ଳଜାନର ଅଭାବ ହେତୁ ମୃତ୍ୟୁ ସମ୍ବନ୍ଧରେ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ତଥ୍ୟ ପଠାଇ ନାହାଁନ୍ତି, ଯେହେତୁ ସେମାନଙ୍କ ମଧ୍ୟରୁ କେହି କହି ନାହାଁନ୍ତି ଯେ ଅମ୍ଳଜାନ ଅଭାବ ହେତୁ ରୋଗିଙ୍କର ମୃତ୍ୟୁ ଘଟିଛି ତେଣୁକରି ଏହା ଭିତ୍ତିହୀନ । ଅମ୍ଳଜାନ ଅଭାବରୁ କୌଣସି ମୃତ୍ୟୁ ହୋଇନଥିବା ଦାବି କରି ମୋଦୀ ସରକାରଙ୍କୁ ସମାଲୋଚନା କରିଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ 'ଟ୍ୱିଟର ଟ୍ରୋଲ' ବୋଲି କହିଛନ୍ତି।

ଏହା ପୁର୍ବରୁ ରାହୁଲ ଗାନ୍ଧୀ କହିଥିଲେ ଯେ ସରକାରରେ ସମ୍ବେଦନଶୀଳତା ଏବଂ ସତ୍ୟର ତୀବ୍ର ଅଭାବ ରହିଛି। ସେ ହିନ୍ଦୀରେ ଏକ ଟୁଇଟ୍‌ରେ କହିଛନ୍ତି, କେବଳ ଅମ୍ଳଜାନର ଅଭାବ ନଥିଲା। ସେତେବେଳେ ସମ୍ବେଦନଶୀଳତା ଏବଂ ସତ୍ୟର ତୀବ୍ର ଅଭାବ ଥିଲା, ସେତେବେଳେ ସେଠାରେ ଥିଲା ଏବଂ ବର୍ତ୍ତମାନ ମଧ୍ୟ ଅଛି ବୋଲି କହି ସରକାରଙ୍କୁ ଟାର୍ଗେଟ କରିଥିଲେ ।

  • Tags:

Subscribe

National International State Sports Entertainment