କଂଗ୍ରେସ ରାଲିରେ ପ୍ରିୟଙ୍କା ଗାନ୍ଧୀ ପରିବର୍ତ୍ତେ ପ୍ରିୟଙ୍କା ଚୋପ୍ରାଙ୍କ ଲାଗିଲା ନାରା
Khabar Odisha:National-news-when-priyanka-chopra-slogans-replaced-priyanka-gandhi-at-a-congress-rally-in-delhi
ନୂଆଦିଲ୍ଲୀ, ଡିସେମ୍ବର ୦୧ (ଖବର ଓଡ଼ିଶା):

ଦିଲ୍ଲୀରେ ଆୟୋଜିତ କଂଗ୍ରେସର ଏକ ରାଲିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରାଙ୍କ ନାରା ଲାଗିଥିଲା । ଯଦିଓ ଏହା ଶୁଣିବାରେ ହଜମ ହେଉନି କିନ୍ତୁ ଏହା ସତ, ଦିଲ୍ଲୀରେ ଆଯୋଜିତ କଂଗ୍ରେସ ପାର୍ଟିର ଏକ ରାଲିରେ ଏପରି ଘଟଣା ଘଟିଥିଲା । କଂଗ୍ରେସର ଜଣେ ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ମଞ୍ଚରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ନାରା ଲଗାଇଥିଲେ । ନିଜ ଭୁଲର ଅନୁଭବ ହେବା ପରେ ତୁରନ୍ତ ସେ ସୁଧାରି ପ୍ରିୟଙ୍କା ଗାନ୍ଧୀ ନାରା ଦେଇଥିଲେ ।

ଦିଲ୍ଲୀରେ କଂଗ୍ରେସର ଏକ ରାଲିରେ ମଞ୍ଚରେ କର୍ମୀଙ୍କ ମଧ୍ୟରେ ଜୋସ ଭରିବା ପାଇଁ କଂଗ୍ରେସର ସବୁ ବରିଷ୍ଠ ନେତାଙ୍କ ନାରା ଲଗାଯାଉଥିଲା । ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନାରା ଲାଗିଥିଲା  ପରେ ରାହୁଲ ଗାନ୍ଧୀ ନାଁରେ ମଧ୍ୟ ଜିନ୍ଦାବାଦ ନାରା ଲଗାଇଥିଲେ । କିନ୍ତୁ, ଯେତେବେଳେ ପ୍ରିୟଙ୍କା ଗାନ୍ଧୀଙ୍କ ନାଁର ପାଳି ପଡିଥିଲା ସେତେବେଳଏ ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ପ୍ରିୟଙ୍କ ଚୋପ୍ରା ଜିନ୍ଦାବାଦ କହି ନାରା ଦେଇଥିଲେ । ନିଜ ଭୁଲ ଜାଣିବା ପରେ ବିଧାୟକ ଜଣଙ୍କ ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ ନାରା ଲଗାଇଥିଲେ । 

Subscribe

National International State Sports Entertainment