ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇପାରନ୍ତି ପ୍ରଶାନ୍ତ କିଶୋର, ଚର୍ଚ୍ଚା ଜୋର
Khabar Odisha:National-news-After-Ouster-From-Jdu-Prashant-Kishor-May-Join-Mamata-Banerjees-Tmc
ନୂଆଦିଲ୍ଲୀ,ଜାନୁଆରୀ ୨୯ (ଖବର ଓଡ଼ିଶା):

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ସହ ବିବାଦ ପରେ ପାର୍ଟିରୁ ବିଦା ହୋଇଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ଭବିଷ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ରାଜନୈତିକ ମହଲରେ ଚର୍ଚ୍ଚା ରହିଛି ଯେ ପ୍ରଶାନ୍ତ କିଶୋର କ୍ଷମତାରେ ଥିବା ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି । ବୁଧବାର ହିଁ ପ୍ରଶାନ୍ତଙ୍କୁ ଜେଡିୟୁରୁ ବହିଷ୍କାର କରାଯାଇଥିଲା ।

ସମ୍ପର୍କ ସାଧନ ଉପରେ ଟିଏମସିର ବରିଷ୍ଠ ନେତା ଏହିପରି କୌଣସି ଘଟଣାକ୍ରମର ପୁଷ୍ଟି କରିନାହାନ୍ତି କିନ୍ତୁ ନିକଟ ଭବିଷ୍ୟତରେ ଏହିପରି ସମ୍ଭାବନାକୁ ଖାରଜ ମଧ୍ୟ କରିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ପ୍ରଶାନ୍ତ କିଶୋର ବର୍ତ୍ତମାନ ସମୟରେ ଟିଏମସି ପାଇଁ ନିର୍ବାଚନ ରଣନୀତିକାରର ଭୂମିକ ତୁଲାଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରି ପ୍ରଶାନ୍ତ କିଶୋର ମଧ୍ୟ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିତାର ସମାଲୋଚନା କରିଥିଲେ । 

ଟିଏମସିର ସୂତ୍ରାନୁସାରେ, ପାର୍ଟିର ମୁଖ୍ୟ ମମତା ବାନାର୍ଜୀଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଭଲ ସମ୍ପର୍କ ରହିଛି । ଟିଏମସି ସଚିବ ପାର୍ଥ ଚାଟାର୍ଜୀ ସମ୍ୱାଦିକଙ୍କୁ କହିଛନ୍ତି, ନିର୍ବାଚନ ରଣନୀତିକାର ରୂପେ ପ୍ରଶାନ୍ତ କିଶୋର ପାର୍ଟି ପାଇଁ ଭଲ କାମ କରିଛ୍ତି । ଏବେ ସେ ଟିଏମସି ସହ ରହିବେ କି ନାହିଁ, ଏହି ସମ୍ପର୍କରେ ସେ ଏବଂ ପାର୍ଟିର ଶୀର୍ଷ ନେତା ନିଷ୍ପତ୍ତି ନେବେ । ନାଁ ଗୋପନ ରଖିବା ସର୍ତ୍ତରେ ଜଣେ ଟିଏମସି ନେତା କହିଛନ୍ତି, ଯଦି ପ୍ରଶାନ୍ତ ପାର୍ଟିରେ ସାମିଲ ହେବାକୁ ଚାହାନ୍ତି ତେବେ ଖୋଲା ହୃଦୟରେ ତାଙ୍କର ସ୍ୱାଗତ କରାଯିବ କାରଣ ତାଙ୍କ ପରି ରଣନୀତିକାର 2021 ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଟିରେ ସାମିଲ ହେବା, ଏହା ଉପଲବ୍ଧି ହେବ ।  

Subscribe

National International State Sports Entertainment