ବିହାର ନିର୍ବାଚନ: ଆଜି ସାସାରାମ-ଭାଗଲପୁର ଓ ଗୟାରେ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Nation-Prime-Minister-Narendra-Modi-will-address-three-rallies-in-Sasaram-Gaya-and-Bhagalpur-today

ପାଟଣା, ଅକ୍ଟୋବର ୨୩ (ଖବର ଓଡ଼ିଶା): ବିହାର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଖୁବ ସକ୍ରିୟ ହୋଇଛି । ଏବେ ଜୋରଦାର ପ୍ରଚାର ଚାଲିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାସାରାମ, ଭାଗଲପୁର ଓ ଗୟାରେ ନିର୍ବାଚନ ପ୍ରଚାର ପାଇଁ ରାଲି କରିବେ । 

ନିର୍ବାଚନ ପ୍ରଚାରରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଟୁଇଟ କରି କହିଥିଲେ, ବିହାରର ଭାଇ ଓ ଭଉଣୀଙ୍କ ମଧ୍ୟରେ ରହିବାକୁ ଅବସର ମିଳିବ । ସାସାରାମ, ଗୟା ଓ ଭାଗଲପୁରରେ ରାଲିକୁ ସମ୍ବୋଧିତ କରିବି । ଏହି ସମୟରେ ଏନଡିଏର ବିକାଶ ଏଜେଣ୍ଡାକୁ ଜନତା-ଜନାର୍ଦ୍ଦନ ସମ୍ମୁଖରେ ରଖିବି ଏବଂ ସେମାନଙ୍କୁ ମେଣ୍ଟ ଲାଗି ଆଶୀର୍ବାଦ ମାଗିବି । 

ବିଜେପି ସୂତ୍ର ଅନୁସାରେ ମୋଦୀଙ୍କ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଡେହରୀ ଓ ଭାଗଲପୁର ରାଲିରେ ରହିବେ । ଗୟାରେ ମୋଦୀଙ୍କ ସହିତ ରାଜୀବ ରଂଜନ ସିଂହ ଲଲନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ଜୀତନ ରାମ ମାଝୀ ମଂଚରେ ରହିବେ ।  

ବିହାରରେ ରାଜନୈତିକ ଉଷ୍ଣତା ବଢ଼ିଥିବା ବେଳେ ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । ଏହା ପୂର୍ବରୁ ଆଜି ମୋଦୀଙ୍କ ବ୍ୟତୀତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।

 

  • Tags:

Subscribe

National International State Sports Entertainment