ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପରେ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ
Khabar Odisha:Nation-Delhi-place-for-detonation-security-at-the-Israeli-embassy-police-did-a-complete-seal

ନୂଆଦିଲ୍ଲୀ, ଜାନୁଆରୀ ୩୦ (ଖବର ଓଡ଼ିଶା): ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଥିବା ଔରଙ୍ଗଜେବରୋଡରେ ଗତକାଲି ବିସ୍ଫୋରଣ ପରେ ଗୃହମନ୍ତ୍ରୀ ଅମିତ ଶାହା ନିଜର ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଛନ୍ତି । ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀଙ୍କୁ ଆଜି ଓ ରବିବାର ୨ଟି ରାଲିରେ ସମ୍ବୋଧନ କରିବାର ଥିଲା । ବିସ୍ଫୋରଣକୁ ନେଇ ସେ କ୍ରମାଗତ ଭାବେ ବରିଷ୍ଠ ଅଧିକାରୀଙ୍କ ସଂସ୍ପର୍ଶରେ ଅଛନ୍ତି । 

ଚଳିତ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାହା ଜାନୁଆରୀ ୩୦ରେ ୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଯିବାର ଥିଲା । ଶନିବାର ସକାଳୁ ଶାହାଙ୍କ ଇସ୍କନ, ମାୟାପୁରରେ ପହଂଚିବାର ଥିଲଶ । ଏହା ପରେ ଉତ୍ତର ୨୪ ପ୍ରଗଣାର ଠାକୁରନଗରରେ ଏକ ଜନସଭାକୁ ସମ୍ବୋଧନ କରିବାର ଥିଲା । ଏହା ପରେ ସେ ବିଜେପିର ସାମାଜିକ ଗଣମାଧ୍ୟମ ସହିତ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ।  

ସେହିଭଳି ଜାନୁଆରୀ ୩୧ ତାରିଖରେ ଶାହା ଅରବିନ୍ଦ ଭବନ ଓ ଭାରତ ସେବାଶ୍ରମ ସଂଘର କାର୍ଯ୍ୟଳୟ ଯିବାକୁ କାର୍ଯ୍ୟକ୍ରମ ରଖିଥିଲେ । ସେ ହାୱଡ଼ାରେ ଏକ ରାଲି କରିଥାନ୍ତେ । ଏହା ପରେ ଗୃହମନ୍ତ୍ରୀ ବାଗଡ଼ି ପରିବାର ସହିତ ଭୋଜନ କରିଥାନ୍ତେ । ସେହିପରି ଶାହା ବେଲୁର ମଠ ମଧ୍ୟ ଯିବାକୁ କାର୍ଯ୍ୟକ୍ରମ ରଖିଥିଲେ । ସୂଚନାଯୋଗ୍ୟ, ବେଲୁର ମଠ, ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ମୁଖ୍ୟାଳୟ ଅଟେ, ଯାହାକୁ କି ସ୍ୱାମୀ ରାମକୃଷ୍ଣ ପରମହଂସ ଓ ମହାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ ପ୍ରତିଷ୍ଠା କରିଥିଲେ । 

 

  • Tags:

Subscribe

National International State Sports Entertainment