ମମିତା ମୃତ୍ୟୁ ମାମଲାର ସମସ୍ତ ତଥ୍ୟ ପ୍ରମାଣ ପୋଲିସ ନଷ୍ଟ କରିଦେଇଛି- ନରସିଂହ ମିଶ୍ର
Khabar Odisha:Narasimha-Mishra-alleged-that-the-police-had-destroyed-all-the-evidence-in-the-case-of-Mamitas-death

ଭୁବନେଶ୍ୱର, ଡିସେମ୍ବର ୧(ଖବର ଓଡ଼ିଶା): ମମିତା ମୃତ୍ୟୁ ମାମଲାର ସହିତ ଜଡିତ ସମସ୍ତ ତଥ୍ୟ ନଷ୍ଟ କରି ଦେଇଛନ୍ତି ତଦନ୍ତ କରୁଥିବା ପୋଲିସ ଅଧିକାରୀ । ଏଭଳି ସଂଘିନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ରାଜ୍ୟବାସୀ ଭୋଟ୍ ଦେଇ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । ସେ ଏହି ମାମଲାରେ ଉତ୍ତରଦାୟୀ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଏହି ମାମଲାରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ଏପରିକି ଦୋଷୀଙ୍କୁ ସେ ଘଣ୍ଟ ଘୋଡାଇ ରଖୁଥିବା ସେ ଅଭିଯୋଗ କରିଛନ୍ତି । 

ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ମମିତା ମେହେର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜଡିତ ଥିବା ଅଭିଯୋଗ ଥିବା ହେଉଥିଲେ ମଧ୍ୟ ପୋଲିସ ସେ ଦିଗରେ ତଦନ୍ତ କରୁ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଏହି ମାମଲାରେ ନିଜର ମୁହଁ ଖୋଲୁ ନାହାନ୍ତି । ଏହା ସହିତ ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଗରୁ ଲେଖା କାଗଜ ପଢୁଥିବାବେଳେ ଏବେ ତାଙ୍କର ଆଗରୁ ରେକର୍ଡ ହୋଇଥିବା ଭିଡିଓ ବଜାଇ ଦିଆଯାଉଛି । ଆଜି ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଭିଡିଓ କଂନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତୀ ଯୋଡି ହୋଇ ପୁର୍ବତ୍ତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ, ଉମେଶ ଚନ୍ଦ୍ର ସ୍ୱାଇଁ,ରାମରାୟ ମୁଣ୍ଡା, ପୁର୍ବତ୍ତନ ସିପାହି ସୀତାରାମ ମୁର୍ମୁଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

  • Tags:

Subscribe

National International State Sports Entertainment