ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର ନବଜୋତ ସିଂ ସିଦ୍ଧୁ
Khabar Odisha:Nabjot-Singh-Sidhu-resigns-as-Punjab-Congress-president-after-meeting-Rahul-Gandhi

ନୁଆଦିଲ୍ଲୀ, ଅକ୍ଟୋବର ୧୬(ଖବର ଓଡିଶା): ନବଜୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କରିଛନ୍ତି । ଗତ ମାସରେ ଦଳର ପଞ୍ଜାବ ରାଜ୍ୟ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ବାସଭବନରେ ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଏବଂ ଏହା ପରେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ଏହି ବୈଠକରେ କଂଗ୍ରେସର ପଞ୍ଜାବର ପ୍ରଭାରୀ ଦାୟିତ୍ୱରେ ଥିବା ହରିଶ ରାୱତ ମଧ୍ୟ ଉପସ୍ଥିତ ଥିଲେ।

ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକ ପରେ ପଞ୍ଜାବର ରାଜନୈତିକ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ବିଶ୍ୱାସ କରାଯାଉଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଯୋଗଦେବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଶନିବାର ସକାଳେ ଜାତୀୟ ରାଜଧାନୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବ ଊଙ୍କକ୍ସସଦ୍ଭଶ ଠକରେ ରାହୁଲ ଗାନ୍ଧୀ ସିଦ୍ଧୁଙ୍କଠାରୁ ମତାମତ ନେଇଥିଲେ। ବୈଠକ ପରେ ହରିଶ ରାୱତ କହିଛନ୍ତି: "ସିଦ୍ଧୁ ରାହୁଲ ଗାନ୍ଧୀଙ୍କୁ ନିଶ୍ଚିତ କରିଛନ୍ତି ଯେ ସେ ତାଙ୍କ ଦାୟିତ୍ୱକୁ ଠିକ୍ ଭାବରେ ପାଳନ କରିବେ ... ଏବଂ ସେ ପଞ୍ଜାବ ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିବେ। ସେ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି।"

  • Tags:

Subscribe

National International State Sports Entertainment