ନିକଟରେ ଲୋକସଭା ନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ ତଥା ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରକାଶ ପାଇଛି Mood of the Nation ସର୍ଭେ ରିପୋର୍ଟ। ଏଥିରେ କୁହାଯାଇଛି, ଯଦି ନିର୍ବାଚନ ହୁଏ, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବ। ଏନ୍ଡିଏ ୩୩୫ଟି ଆସନରେ ଜିତିବାର ସମ୍ଭାବନା ଅଛି ।
ସେହି ପରି ଟାଇମ୍ସ ନାଓ ପରେ ଇଣ୍ଡିଆ-ଟୁଡେ ସି ଭୋଟରର ସର୍ଭେ ଆସିଛି । ଏଥିରେ ମୋଦି ହ୍ୟାଟ୍ରିକ କରିବେ ବୋଲି ଆକଳନ କରାଯାଇଛି। ଏହି ସର୍ଭେ ମଧ୍ୟ ଏନଡିଏ ମେଣ୍ଟ ତୃତୀୟ ଥର ଲାଗି ସରକାର ଗଢିବ ବୋଲି ଅନୁମାନ କରିଛି । ସର୍ଭେ ଅନୁସାରେ, ଏନଡିଏକୁ ୩୩୫ ଓ ଇଣ୍ଡିଆ ମେଣ୍ଟକୁ ୧୬୬ ଆସନ ମିଳିବ ବୋଲି କୁହାଯାଇଛି । ଅନ୍ୟ ଦଳ ୪୨ ଆସନ ଜିତିବେ ବୋଲି କହିଛି ସର୍ଭେ । ସର୍ଭେ ଅନୁସାରେ, ଉତ୍ତର ଭାରତରେ ଏନଡିଏ ଭଲ ପ୍ରଦର୍ଶନ କରୁଥିବାବେଳେ ଦକ୍ଷିଣ ଭାରତରେ ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ଭଲ ରହୁଥିବା ଅନୁମାନ କରିଛି ଇଣ୍ଡିଆ ଟୁଡେ-ସି ଭୋଟର ସର୍ଭେ । ୟୁପି, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଗୁଜରାଟ ଓ ଛତିଶଗଡରେ ବିଜେପି ଏହାର ସହଯୋଗୀ ଦଳ ଇଣ୍ଡିଆ ମେଂଟକୁ ବହୁ ପଛରେ ପକାଉଥିବାବେଳେ ମହାରଷ୍ଟ୍ରରେ କଡା ଟକ୍କର ହେଉଛି । କେରଳ, ତେଲେଙ୍ଗାନା, ତାମିଲନାଡୁ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ଇଣ୍ଡିଆ ମେଣ୍ଟର ପ୍ରଦର୍ଶନ ଭଲ ରହିଛି । କେବଳ ୟୁପି ଓ ବିହାରରେ ଶହେ ଆସନ ଅତିକ୍ରମ କରୁଛି ବିଜେପି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ଆନ୍ଧ୍ରପ୍ରଦେଶରେ ଟିଡିପି ଭଲ କରୁଛନ୍ତି ବୋଲି ସର୍ଭେ କହିଛି।
ସୂଚନାଯୋଗ୍ୟଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଥିବା ଭାରତୀୟ ଜନତା ପାର୍ଟି(ବିଜେପି) ଚଳିତ ମାସରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି। ସଂସଦର ବଜେଟ ଅଧିବେଶନ ପରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀରେ ୧୭ ଓ ୧୮ ତାରିଖରେ ହେବ।
ଅଧିକ ପଢନ୍ତୁ: ଆଜି ପାକିସ୍ତାନ ନିର୍ବାଚନ ଫଳାଫଳ