ଭୁବନେଶ୍ୱର: ସଭା ମଞ୍ଚରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ।
ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ଓ ଜନସାଧାରଣଙ୍କ ଆଶୀର୍ବାଦରୁ କେନ୍ଦ୍ରରେ ୧୨ ବର୍ଷ କେନ୍ଦ୍ରମନ୍ତ୍ରୀ ରହିଥିଲି । ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ମୋ ଉପରେ ଅଛି । ଧର୍ମେନ୍ଦ୍ର ପୁଣି କହିଛନ୍ତି ଯେ, ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାର ଭଲ କାମ କରୁ ବା ନକରୁ, ସମ୍ମାନ ହାନି ଭଳି ପାପ କାମ କରିବିନାହିଁ। ବିଜେଡି ସଭାପତି ନବୀନ ପଟ୍ଟନାୟକ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବଦମାସ ଲୋକ । ନବୀନ ବାବୁ କହୁଛନ୍ତି ତାଙ୍କୁ ଓଡ଼ିଶାର କୁଳାଙ୍ଗାର ।
ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, "ଦୁଇଟି ଛୋଟିଆ ଭାଇ ଭଉଣୀଙ୍କୁ କାମରେ ଲଗାଇଛନ୍ତି । ମୋତେ ବିରୋଧ କରି ଯଦି ସେମାନେ ନେତା ହୋଇପାରିବେ ତାହାଲେ ଭଲ । ସେମାନେ ମୋତେ ଗୋ-ବ୍ୟାକ୍ କହୁଛନ୍ତି । ମୁଁ ହଳିଆ ଲୋକ ସମ୍ବଲପୁରରେ ରହିଲି । ଗୋ-ବ୍ୟାକ୍ କହିଲେ ବି ଆସିବି ।"
ସୂଚନା ଥାଉକି ଶନିବାର ସମ୍ବଲପୁର ଜିଲ୍ଲା ସ୍ଥିତ ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନର ଉଦ୍ଘାଟନ ଏବଂ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ ଉତ୍ସବରେ ଯୋଗ ଦେଇଥିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବରିଷ୍ଠ ବିଜେଡି ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିଲେ ।