ଶବଦାହ ଗୃହ କାର୍ଯ୍ୟକ୍ରମକୁ ନେଇ ରାଜନୀତି । ଆଜି ଭୁବନେଶ୍ୱର ଧର୍ମ ବିହାରରେ ବିଏମସିର ଇଲୋକ୍ଟ୍ରୋନିସ୍ ଚୁଲା ଉଦଘାଟନ ହୋଇଛି । ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଯାହ ସମ୍ପୂର୍ଣ୍ଣ ପ୍ରାକୃତିକ ଗ୍ୟାସ ଦ୍ୱାରା ପରିଚାଳିତ ହେବ । କିନ୍ତୁ କାର୍ଯ୍ୟକ୍ରମକୁ ବିଏମସି ଅବା ସରକାରଙ୍କ ପକ୍ଷରୁ କେହି ନ ଆସିବାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟ ସରକାରଙ୍କର ଏହା କେଉଁ ପ୍ରକାର ବିବେକ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମହୋଦୟା । ସମସ୍ତେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏପରିକି ଚାବି ନେବାକୁ କୌଣସି ଅଧିକାରୀ ଆସିନଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନା ରଜିଛି ଯେ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଅନୁପସ୍ଥିତ ରହିବା ନେଇ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଦଳ ଏସବୁଠୁ ଉର୍ଦ୍ଧ୍ୱରେ ଜନସାଧାରଣଙ୍କ ବିକାଶ l ଗତକାଲି ଭୁବନେଶ୍ୱର ମହାନଗର ନିଗମର ମେୟର ମହୋଦୟାଙ୍କୁ ସାଦର ନିମନ୍ତ୍ରଣ କରାଯାଇଥିଲା l ଏଠାରେ ପହଞ୍ଚି ଏହି ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହର ଦାୟିତ୍ଵ ନେବା ପାଇଁ କୁହା ଯାଇଥିଲା କିନ୍ତୁ ଆଜି ସେ ଏଠାରେ କିପରି ଅନୁପସ୍ଥିତ ଅଛନ୍ତି l
ସାଂସଦ ଆହୁରି ମଧ୍ୟ କହିଛନ୍ତି ଏଠାରେ ବୋଧହୁଏ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ଶ୍ରେୟ ନେଇଯିବେ ଆଶଙ୍କା କରି ସେ ଏଠାକୁ ଆସିଲେ ନାହିଁ । ଫଳରେ ଆମେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ସ୍ଥାନୀୟ କର୍ପୋରେଟର ସୁଜାତା ଛୋଟରାୟଙ୍କୁ ଦେଲୁ ଯାହା ଲଜ୍ଜାଜନକ l ରାଜ୍ୟ ସରକାରଙ୍କ ପ୍ରତିନିଧି ହୋଇ ମଧ୍ୟ ଏପରି ମନୋଭାବ ଶୋଭା ପାଉନାହିଁ l ସେ ଏଠାରେ ଉପସ୍ଥିତ ହୋଇଥିଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି ଅପରାଜିତା l
ଅଧିକ ପଢନ୍ତୁ :- ଅଭିନୟ ମାଧ୍ୟମରେ କୁନି ଝିଅର ଅଭିଯୋଗ ଭିଡ଼ିଓ ଭାଇରଲ