ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦ (ଏମ୍ଏଲ୍ସି) ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଧାନ ପରିଷଦ ନିର୍ବାଚନ ପାଇଁ ମତଦାନ ଜାରି ରହିବ। ୧୧ଟି ଆସନ ପାଇଁ ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବୀତା ହେଉଛି। ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଏନ୍ଡିଏ ମେଣ୍ଟ ଓ ଇଣ୍ଡି ମେଣ୍ଟ ମଧ୍ୟରେ ବଡ଼ମୁକାବିଲା ହେଉଛି। 
ଏହି ନିର୍ବାଚନରେ ପ୍ରଥମ ଥର ପୁଣି ଥରେ ମହାରାଷ୍ଟ୍ରରେ ରାଜନୀତି ଜୋର ଧରିଛି। ଉଭୟ ମେଣ୍ଟ ନିଜ ନିଜ ବିଧାୟକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଏନ୍ଡିଏ ମେଣ୍ଟକୁ ମହାୟୁତି ଓ ଇଣ୍ଡି ମେଣ୍ଟକୁ ମହାବିକାଶ ଅଘାଡି ନାମରେ ଜଣାଯାଇଥାଏ। ମୁମ୍ବାଇରେ ପ୍ରବଳ ବର୍ଷା ମଧ୍ୟରେ ଶିବସେନା-(ଉଦ୍ଧବ ଠାକରେ)ର ନେତା ମିଲିନ୍ଦ ନାର୍ଭେକର ଭୋଟିଙ୍ଗର ସମୟ ବଢ଼ାଇବାକୁ ଦାବି କରିଛନ୍ତି। ଏନ୍ସିପି (ଅଜିତ ପାୱାର)ଙ୍କ ବିଧାୟକ ବସରେ ଯାତ୍ରୀ ହୋଇ ହୋଟେଲ ଲଲିତରୁ ବିଧାନସଭା ଯାଇଛନ୍ତି।
ବିଧାନ ପରିଷଦର ୧୧ଟି ଆସନ ପାଇଁ ନିର୍ବାଚନ ହେଉଛି। କିନ୍ତୁ ଏଥି ପାଇଁ ୧୨ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହେଇଛନ୍ତି। ବିଜେପି ନେତୃତ୍ବ ଏନଡିଏର ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ ଇଣ୍ଡି ବ୍ଲକର ୩ ଜଣ ପ୍ରାର୍ଥୀ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ଏହି ନିର୍ବାଚନରେ କିଏ ବିଜୟୀ ତାହା ଆଗାମୀ ସମୟ କହିବ।