ଭୁବନେଶ୍ୱର, ଜାନୁଆରୀ ୦୪ ( ଖବର ଓଡ଼ିଶା):
କଟକ, 4 ଜାନୁଆରୀ-ମାହାଙ୍ଗା ଡବଲମର୍ଡର ଘଟଣାକୁ ନେଇ ବିବାଦରେ ଆଇନମନ୍ତ୍ରୀ ପ୍ରତାପ ଜେନା । ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302 ଦଫା ଭଳି ସଙ୍ଗୀନ ଅଭିଯୋଗ । ଏତଲା କପିରେ 13 ନମ୍ବର ଅଭିଯୁକ୍ତ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏଫଆଇଆର କପିରେ ଗଡୁଛି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ । ହେଲେ ମନ୍ତ୍ରୀ ଶ୍ରୀ ଜେନା କହୁଛନ୍ତି ଦୋଷୀ କେମିତି ଦଣ୍ଡ ପାଇବ ମୁଁ ତାକୁ ବ୍ୟକ୍ତିଗତ ଭାବରେ ଦେଖିବି । ସେପଟେ ମନ୍ତ୍ରୀ ଟିଭିରେ ବାହାସ୍ପୋଟ ମାରିବା ବନ୍ଦ କରନ୍ତୁ , ଯଦି ମନ୍ତ୍ରୀଙ୍କର ସତସାହସ ଅଛି ତାହାହେଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ତଦନ୍ତକୁ ସାମ୍ନା କରୁନ୍ତୁ ବୋଲି ଦାବୀ କରିଛନ୍ତି କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକେ । ଅନ୍ୟପଟେ ଏତଲା କପିର 1 ନମ୍ବରରେ ରହିଛନ୍ତି ମନ୍ତ୍ରୀ ପ୍ରତାପ ଜେନାଙ୍କ ରାଇଟ ହ୍ୟାଣ୍ଡ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭିକାରୀ ସ୍ୱାଇଁଙ୍କ ସମେତ 14 ଜଣ । ହେଲେ ଏ ସବୁ ମଧ୍ୟରେ ବିବାଦକୁ ଆସିଛନ୍ତି ମନ୍ତ୍ରୀ ପ୍ରତାପ ଜେନାଙ୍କ ପିଏ ବାପି ବିଶ୍ୱାଳ । ଆଉ ବାପିଙ୍କ ମୋବାଇଲ ଯାଞ୍ଚ କଲେ ସବୁ ସତ ପଦାକୁ ଆସିବ ବୋଲି କହିଛନ୍ତି ଗ୍ରାମବାସୀ.....ମନ୍ତ୍ରୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଓ ମନ୍ତ୍ରୀ ପ୍ରତାପ ଜେନା ଘଟଣା ଘଟିବା ଦିନ କାହାକାହା ସହ କଥା ହୋଇଛନ୍ତି ଏସବୁ ଅନୁଧ୍ୟାନ କଲେ ସତ ପଦାକୁ ଆସିଯିବ ବୋଲି କହିଛନ୍ତି ଗ୍ରାମବାସୀ....କେବଳ ସେତିକି ନୁହେଁ ପୂର୍ବରୁ ହୋଇଥିବା ବିକାଶ ଜେନା ହତ୍ୟାକାଣ୍ଡ ଘଟଣାରେ ଯେଉଁମାନେ ସମ୍ପୃକ୍ତ ସେମାନେ ହିଁ ଏହି ଡବଲମର୍ଡର ଘଟାଇଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଦେବା ହେତୁ ଆଜି ଏ ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।