ଓଡ଼ିଶାର ରାଜନୀତି ମହଲରେ ଅଧିକାଂଶ ସମୟରେ ସକ୍ରିୟ ଏବଂ ଚର୍ଚ୍ଚାରେ ରହିଥିବା ନେତା ହେଉଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବା ସୁର ରାଉତରାୟ । ଲୋକସଭାର ଶେଷ ଅଧିବେଶନରେ ସୁର କହିଥିଲେ ମୋ ସମୟ ସରିଲା ମୋ ସ୍ଥାନରେ ଏବେ ମୋ ପୁଅ ଲଢ଼େଇକରିବ । କିନ୍ତୁ ପୁଅ ବିଜେଡିରେ ସାମିଲ ହେବ ପରେ କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ ।
କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶିବା ପରେ ସୁର ଏଭଳି ପଦକ୍ଷେପ ନେଇଛନ୍ତି । ସୁର ରାଉତରାୟ କହିଛନ୍ତି, ସାନପୁଅ ମନ୍ମଥଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କଥା ନ ରଖି ବିଜେଡିରେ ସାମିଲ ହେଲେ ଯାହା ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଅଧିକ ଆଘାତ ଦେଇଛି । ଏଣୁ ବିବେକ ଦୃଷ୍ଟିରୁ କଂଗ୍ରେସର ସମସ୍ତ କମିଟିରୁ ମୁଁ ଇସ୍ତଫା ଦେଉଛି । ମୋ ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି । ମୁଁ ମୋ ପୁଅକୁ ସମର୍ଥନ କରିବି ହେଲେ ଏ କଂଗ୍ରେସ ଛାଡି କୁଆଡେ ଯିବି ନାହିଁ ବୋଲି କହିଛନ୍ତି ସୁର ।
ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ହଜାର ହଜାର ଦଳୀୟ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ । ମନ୍ମଥ କହିଥିଲେ ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି ।
ଅଧିକ ପଢ଼ନ୍ତୁ : ବିଜେପି ପ୍ରାର୍ଥୀ ହେଲେ କଙ୍ଗନା