ବିଜେଡିରୁ ବହିଷ୍କୃତ ହେଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ବିଦା କରାଯାଇଥିଲା । ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ଗତ କିଛି ଦିନ ଧରି ସୌମ୍ୟ ପଟ୍ଟନାୟକ ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ । ସମ୍ପାଦକୀୟ ଲେଖି ବିଜେଡିକୁ ଟାର୍ଗେଟ୍ କରିଥିଲେ ସୌମ୍ୟ ।
ସେପଟେ ରେମୁଣା ବିଧାୟକ ସୁଧାଂଶୁ ପରିଡା ବିଜେଡିରୁ ବିଦା ହୋଇଛନ୍ତି । କୁବୋଟା କେଳେଙ୍କାରୀ ଓ ଚାଷୀଙ୍କ ଟଙ୍କା ହରିଲୁଟ୍ ନେଇ ସାଘାଂତିକ ଅଭିଯୋଗ ରହିଛି ସୁଧାଂଶୁଙ୍କ ନାଁରେ । ୧୮ କୋଟି ଟଙ୍କାର ସ୍କାମ୍ ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩ କୋଟିରୁ ଅଧିକ ଟଙ୍କର ସବସିଡି ଟଙ୍କା ହଡ଼ପ ନେଇ ଏହି ପଦକ୍ଷେପ ନିଆଯାଇଥିବା କହିଛି ବିଜେଡି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଏହି ମାମଲାର ତଦନ୍ତ କରୁଛି ରାଜ୍ୟ ଭିଜିଲାନ୍ସ । ଆଗରୁ ଆକ୍ସନ୍ ହେବା ପାଇଁ ପ୍ରଥମେ ଚାପ ପଡୁଥିଲା ଉପରୁ ଏବେ ସୁଧାଂଶୁଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ଅଧିକ ପଢ଼ନ୍ତୁ: ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗର ଦାୟିତ୍ୱ