ଆଜି ପ୍ରଚାର ଅଭିଯାନ ଆରମ୍ଭ କଲେ କଙ୍ଗନା ରାଣାୱତ। ହିମାଚଳ ପ୍ରଦେଶ ମାଣ୍ଡିରେ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି । ଏକ ବିଶାଳ ରୋଡ଼ ସୋ ରେ ଯାଇ ନିର୍ବାଚନ ପ୍ରଚାର ପାଇଁ ମାଣ୍ଡିରେ ପହଞ୍ଚି ଥିଲେ। କଙ୍ଗନାଙ୍କ ରୋଡ ସୋ’ରେ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ଜୟ ଶ୍ରୀରାମ ସ୍ଲୋଗାନ୍ ଦେଇ ପ୍ରଚାର ଆରମ୍ଭ କରିଥିଲେ କଙ୍ଗନା। ନିର୍ବାଚନ ଜିତିଲେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କଙ୍ଗନା କହିଥିଲେ। ଏହି ସମୟରେ ସେ କହିଥିଲେ ଯେ ମତେ ହିରୋଇନ୍ କିମ୍ବା ଷ୍ଟାର୍ ବୋଲି ଭାବ ନାହିଁ । କଙ୍ଗନାକୁ ତୁମର ଝିଅ, ଭଉଣୀ ପରି ଭାବରେ ବିବେଚନା କର ।
ସେ ଗଣମାଧ୍ୟମ ଆଗରେ ଏକଥା ମଧ୍ଯ କହିଛନ୍ତି, ଆପଣ ଦେଖିପାରୁଥିବେ ମଣ୍ଡିରେ କେତେ ଜନସମାଗମ ହୋଇଛି, କେତେ ଲୋକ ଗର୍ବିତ ଯେ ଏହି ନିର୍ବାଚନରେ ମଣ୍ଡିର ଝିଅ ଏବଂ ମଣ୍ଡିର ଜାତୀୟତାବାଦୀ ସ୍ବର ଏଠାରେ ପ୍ରତିନିଧିତ୍ବ କରିବ।
ସୂଚନା ଯୋଗ୍ୟ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ମାଣ୍ଡିରୁ ପ୍ରାର୍ଥୀ କରିଛନ୍ତି । ଲୋକସଭା ଆସନରୁ ବିଜେପି ଦ୍ୱାରା ଟିକେଟ ଦିଆଯିବା ପରେ କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି ଯେ ମୋର ମାଟି ମୋତେ ଡାକିଛି ଏବଂ ମୋର ମାଟି ସେବା କରିବାର ସୁଯୋଗ ପାଇଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।