ବଲିଉଡର ନାମୀଦାମୀ କଳାକାରଙ୍କର ନାମ ଉଠିଲେ କଙ୍ଗନା ରନାଓ୍ବତଙ୍କ ନାମ ଉଠିଥାଏ । ତେବେ କଙ୍ଗନାଙ୍କ ଦମଦାର ଆକ୍ଟିଙ୍ଗି ପାଇଁ ସେ ବେଶ ଲୋକପ୍ରିୟ । ତେବେ ବଲିଉଡର ଏହି ଅଭିନେତ୍ରୀ ଏବେ ରାଜନୀତିରେ ପାଦ ଥାପିଛନ୍ତି । କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେବେ । ରବିବାର ବିଳମ୍ବିତ ସନ୍ଧ୍ୟାରେ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି, ଯେଉଁଥିରେ କଙ୍ଗନା ରାଣାୱତଙ୍କୁ ମଣ୍ଡିରୁ ଟିକେଟ୍ ଦିଆଯାଇଛି। ଏଥର କଙ୍ଗନା ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଥିଲା। ଆଉ ଏହି ଅନୁମାନ ସତରେ ପରିଣତ ହୋଇଛି ।
ଟିକେଟ୍ ପାଇବା ପରେ କଙ୍ଗନା ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ସର୍ବଦା ମୋର ପ୍ରିୟ ଭାରତ ଏବଂ ଭାରତୀୟ ଜନତାଙ୍କ ନିଜର ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିଆସିଛି। ଆଜି ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ମୋତେ ମୋ ଜନ୍ମସ୍ଥାନ ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକସଭା ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ସେ ଲେଖିଛନ୍ତି ଯେ ସେ ଆନୁଷ୍ଠାନିକ ଭାବରେ ପାର୍ଟିରେ ଯୋଗ ଦେବା ପାଇଁ ସମ୍ମାନିତ ଏବଂ ଉତ୍ସାହିତ ।
ଅଧିକା ପଢନ୍ତୁ:ISIS ସହ ଲିଙ୍କ୍ କୁ ନେଇ ଆଇଆଇଟି ଛାତ୍ର ଗିରଫ