ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ପ୍ରଶାନ୍ତଭୂଷଣଙ୍କ ଶରଣରେ କମଲନାଥ
Khabar Odisha:Kamal-Nath-takes-refuge-in-Prashant-Bhushan-to-take-revenge-on-Jyotiraditya-Scindia
ମଧ୍ୟପ୍ରଦେଶ, ମେ ୨୪ (ଖବର ଓଡ଼ିଶା):

ଯଦି ମୁଖ୍ୟମନ୍ତ୍ରୀ ପଦ ଯିବା ନେଇ ସବୁଠୁ ଅଧିକ କଷ୍ଟ କାହାକୁ ହୋଇଥାଏ, ତେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ପଚାରନ୍ତୁ। ବିଜେପି ନେତା ଥିବା ପୂର୍ବତନ କଂଗ୍ରେସ ନେତା ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ରାଜନୈତିକ ପ୍ରତିଶୋଧର ଭୂତ ଏଭଳି ଘାରିଛି ଯେ କମଲନାଥ ସେଥି ମଧ୍ୟରୁ ମୁକ୍ତ ହୋଇପାରୁନାହାଁନ୍ତି । ବିଜେପି ଏବଂ ସିନ୍ଧିଆଙ୍କୁ ଉପ-ନିର୍ବାଚନରେ ହରାଇ ​​କମଲନାଥ ଏହି ହିସାବକୁ ସଂପୂର୍ଣ୍ଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ କଂଗ୍ରେସ ଦଳ କମଲନାଥ ସମସ୍ତ ବିକଳ୍ପ ଉପରେ ବିଚାର କରୁଛନ୍ତି। ନିର୍ବାଚନ ପ୍ରଚାରର ମୁଖ୍ୟ ରଣନୀତୀ କରୁଥିବା ପ୍ରଶାନ୍ତ କିଶୋରଙ୍କ ସହାୟତା ମଧ୍ୟ ଲୋଡିପାରନ୍ତି ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ଏଥିପାଇଁ ପ୍ରଶାନ୍ତ କିଶୋର ଏବଂ କମଲ ନାଥଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି।

ମଧ୍ୟପ୍ରଦେଶରେ ମୋଟ 24 ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଗୋଟିଏ ଆସନରେ କଂଗ୍ରେସର ବିଧାୟକ ଏବଂ ଅନ୍ୟ ଗୋଟିଏ ଆସନରେ ବିଜେପି ବିଧାୟକଙ୍କ ମୃତ୍ୟୁ ପରେ ଖାଲି ରହିଛି  । କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ 22 ଟି ସିଟ୍ ଖାଲି ଅଛି। ଏଥିମଧ୍ୟରୁ 16 ଟି ସିଟ୍ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରଭାବ ଥିବା ଗ୍ୱାଲିୟର ଏବଂ ଚମ୍ୱଲ ଅଞ୍ଚଳରେ ଥିବା ଜଣାପଡିଛି | ଗ୍ୱାଲିୟର ଚମ୍ବଲ ବିଭାଗରେ ବିଜେପି ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପରାସ୍ତ କରିବାକୁ ରଣନୀତି ଉପରେ କଂଗ୍ରେସ ଦଳ କାର୍ଯ୍ୟ ଆରମ୍ଭ କରିଛି । ତେବେ କଂଗ୍ରେସ ଦଳର ଏହି ରଣନୀତିକୁ ମଧ୍ୟ ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ଟିମ ଠିକ ଭାବେ ବୁଝିପାରିଛି । ଏ ନେଇ ଏହି ଅଞ୍ଚଳର ଲୋକମାନଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ବର୍ତ୍ତମାନ ସରକାରରେ ଥିବା ବିଜେପି ଦଳ ଏହି ଅଞ୍ଚଳ ପାଇଁ ଶହ ଶହ କୋଟି ଟଙ୍କାର ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରିବା ନେଇ ବିଚାର କରୁଛି । ବରିଷ୍ଠ ନେତା ଗୋବିନ୍ଦ ସିଂ, କେପି ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ପାଇଁ ଏହି ଉପ-ନିର୍ବାଚନ ଏକ ସମ୍ମାନର ପ୍ରଶ୍ନ ହୋଇଯାଇଛି ।

ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ ... କିନ୍ତୁ ପ୍ରସ୍ତୁତି ଜୋରଦାର -

କଂଗ୍ରେସ ଦଳରୁ ଯାଇ ବିଜେପିରେ ସାମିଲ ହୋଇଥିବା ଆଦିବାସୀ ନେତା ପ୍ରେମଚାନ୍ଦ ଗୁଦୁ ବର୍ତ୍ତମାନ ବିଜେପି ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସେ କୌଣସି ବି ମୂହୁର୍ତ୍ତରେ କଂଗ୍ରେସ ଦଳରେ ଯୋଗ ଦେଇ ଉପ-ନିର୍ବାଚନରେ ​​ବିଜେପିର ନୌକା ବୁଡ଼ାଇବାକୁ ପ୍ରସ୍ତୁତି ଚଲାଇଛନ୍ତି ।  ଅନ୍ୟ କେତେକ ବିଜେପି ନେତା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ବିଜେପି ସଭାପତି ଭି.ଡି ଶର୍ମାଙ୍କ ରକ୍ତଚାପ ବୃଦ୍ଧି କରିବା ଆରମ୍ଭ କରିଛନ୍ତି । ତେବେ ଜ୍ୟୋତିରାଦିତ୍ୟଙ୍କ ପାଇଁ ବିଦ୍ରୋହ କରି କଂଗ୍ରେସ ଛାଡିଥିବା ସମସ୍ତ 22 ଜଣ ବିଧାୟକ ପୁଣି ଥରେ ଟିକେଟ ପାଇବା ନେଇ ଜ୍ୟୋତିରାଦିତ୍ୟଙ୍କ ଉପରେ ବିଶାସ ରଖିଛନ୍ତି । ଏଥି ସହିତ ଉପ-ନିର୍ବାଚନ ହେବାକୁ ଥିବା ସମସ୍ତ 24 ଟି ଆସନରେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ବିଜେପି ଦଳର 24 ବିଧାୟକ ପାର୍ଥୀ  । ସେମାନେ ମଧ୍ୟ ବିଜେପି ଦଳରୁ ଟିକେଟ ପାଇବା ନେଇ ଆଶାରେ ଅଛନ୍ତି ଯଦି ସେମାନଙ୍କୁ ବିଜେପି ଟିକେଟ ନ ଦିଏ ତେବେ ସେମାନଙ୍କୁ କଂଗ୍ରେସ ଦଳ ନିଜ ଆଡକୁ ଟାଣି ନେବ ବୋଲି ବିଜେପି ଆଶଙ୍କା କରିଛି ।

ପ୍ରଶାନ୍ତ କିଶୋର କଣ କରିବେ?

କମଲନାଥ ଟିମର ଜଣେ ବରିଷ୍ଠ ନେତା ପ୍ରଶାନ୍ତ କିଶୋରଙ୍କୁ ସାହାଯ୍ୟ କରିବା ଖବରକୁ ଅସ୍ୱୀକାର କରି ନାହାଁନ୍ତି । ତେବେ ବର୍ତ୍ତମାନ ସମୟ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି । ନିର୍ବାଚନ ପ୍ରଚାର ପାଇଁ ପ୍ରଶାନ୍ତ କିଶୋର ଭିତ୍ତିଭୂମି ଦେବେ ବୋଲି ବିଶ୍ୱାସ ରହିଛି। ଏହା ଦଳକୁ ଜନସାଧାରଣଙ୍କ ସହ ଯୋଡି ହେବାରେ ସାହାଯ୍ୟ କରିବ | ତେବେ କଂଗ୍ରେସ ନେତାମାନେ ଅନୁମାନ କରୁଛନ୍ତି ଯେ ଦିନକୁ ଦିନ ବଢୁଥିବା କୋଭିଡ -19 ଭୟାବହତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ସମୟ ପାଇଁ ବିଧାନସଭା ଉପ-ନିର୍ବାଚନକୁ ରୋକାଯାଇପାରିବ। ନିୟମ ଅନୁଯାୟୀ, ଏହି ଉପ-ନିର୍ବାଚନ ସେପ୍ଟେମ୍ବର ପୂର୍ବରୁ ଅନୁଷ୍ଠିତ ହେବା ଉଚିତ୍। କିନ୍ତୁ ବିଶେଷଜ୍ଞମାନେ ଅଗଷ୍ଟ ପର୍ଯ୍ୟନ୍ତ ସମୟକୁ କୋଭିଡ -19 ସଂକ୍ରମଣର ଶିଖର ସମୟ ବୋଲି ବିଚାର କରୁଛନ୍ତି। ଏସବୁ ସତ୍ତ୍ୱେ ଉଭୟ କଂଗ୍ରେସ ଏବଂ ବିଜେପି ପ୍ରସ୍ତୁତିରେ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି ।

  • Tags:

Subscribe

National International State Sports Entertainment