ବିଜେପି ନେତାଙ୍କୁ ହାଇଓ୍ବା ଚଢାଇ ହତ୍ଯା ଘଟଣାକୁ ନେଇ ପୁଣି ମୁହଁ ଖୋଲିଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର l ଅଭିଯୁକ୍ତ ଡ୍ରାଇଭରଙ୍କୁ ମାନସିକ ରୋଗୀ ବୋଲି କୁହାଯାଉଛି l ହେଲେ ମୁଁ ତାକୁ ବିଶ୍ବାସ କରୁ ନାହିଁ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି l ଏହା ସୁପରିକଳ୍ପିତ ହତ୍ଯା ବୋଲି ପ୍ରମାଣିତ ହୋଇ ସାରିଛି l ହେଲେ ପ୍ରକୃତ କାରଣ ଅତିଶୀଘ୍ର ପର୍ଦ୍ଦାଫାଶ ହେବ ବୋଲି ଜୟ ନାରାୟଣ କହିଛନ୍ତି l ପୂର୍ବରୁ ଉତ୍ତରାଂଚଳ ଆଇଜି ହିମାଂଶୁ ଲାଳ ମଧ୍ଯ ଏହି ଘଟଣାରେ ପ୍ରତିକ୍ରିୟା ରଖିବା ସହ ଅଭିଯୁକ୍ତର ସାଇକାଇଟ୍ରିକ ଟେଷ୍ଟ କରାଯିବ ବୋଲି କହିଛନ୍ତି l
ସୂଚନା ମୂତାବକ ଗତ ଜାନୁଆରୀ ୩ ତାରିଖରେ ରେଙ୍ଗାଲିର ପୂର୍ବତନ ବିଧାୟକଙ୍କ ସହ ବିଜେପି ନେତା ମାନେ ଭୁବନେଶ୍ଵର ଆସିଥିଲେ। ଚାଷୀ ସମସ୍ୟା ନେଇ ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କୁ ଭେଟିଥିଲେ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଅନୁମତି ମିଳିବା ପରେ ସମ୍ବଲପୁର ଫେରିଯାଇଥିଲେ। ଏତିକିବେଳେ ଏକ ହାଇଓ୍ବା ତାଙ୍କୁ ତିନି ତିନି ଥର ଧକ୍କା ଦେଇଥିଲା। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଡ୍ରାଇଭର ଗିରଫ ହୋଇଛି।
ସେହିପରି ବିଜେଡି ଦଳର ଝାରସୁଗୁଡା କିର୍ମିରାକୁ ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍ ଆସିବା ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଜୟ ନାରାୟଣ l ସେ କହିଛନ୍ତି ଯେ ବିଜେଡି ସରକାର ସମୟରେ ବିଜେଡି କଣ କରୁଥିବା ଆମେ ଜାଣିନୁ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି l ପୋଲିସକୁ ସେମାନେ ହାତ ବାରିସୀ କରି ରଖିଥିଲେ ଏବେ ଆମକୁ କହୁଛନ୍ତି l ଏମିତି କିଛି ଟାର୍ଗେଟ କରି କହି କରିଛନ୍ତି।