ବାବୁଲ-ମମତାଙ୍କ ମ୍ୟୁଜିକାଲ ମିଟିଂ
Khabar Odisha:Its-Puja-Time-Sing-Mamata-Banerjee-Told-Babul-Supriyo

କୋଲକାତା, ସେପ୍ଟେମ୍ବର ୨୦(ଖବର ଓଡ଼ିଶା): ସିଙ୍ଗର ଟର୍ଣ୍ଣଡ ପଲିଟିସିଆନ୍ ବାବୁଲ ସୁପ୍ରିୟଙ୍କୁ ନେଇ ଏବେ ସୁବଠି ଚର୍ଚ୍ଚା । ଟିଏମସିରେ ଯୋଗ ଦେବା ପରେ ବାବୁଲ ସୁପ୍ରିୟ ଏବେ ବଙ୍ଗ ରାଜନୀତିର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ।

ଗତ ସପ୍ତାହରେ ଟିଏମସିରେ ଯୋଗ ଦେବା ପରେ ଆଜି ପ୍ରଥମଥର ପାଇଁ ଦିଦିଙ୍କୁ ଭେଟିବାକୁ ଯାଇଥିଲେ ବାବୁଲ ।  ତେବେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାବୁଲ ସୁପ୍ରିଓଙ୍କ ମଧ୍ୟରେ ଏକ ମ୍ୟୁଜିକାଲ ମିଟିଂ ହୋଇଛି । 

ସୂଚନା ଅନୂଯାଇ ବାବୁଲ ସୁପ୍ରିଓଙ୍କୁ ମମତା ବାନାର୍ଜୀ ରାଜନୀତି କ୍ୟାରିୟର ଓ ସଙ୍ଗୀତ କ୍ୟାରିୟର ଉଭୟକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ବୋଲି ଜଣାପଡିଛି । ଅନ୍ୟପଟେ ଆଗକୁ ଦଶହରା ଆସୁଥିବା ବେଳେ ଦିଦି ବାବୁଲ ସୁପ୍ରିଓଙ୍କୁ ପୂଜାରେ ଗୀତ ଗାଇବାକୁ କହିଛନ୍ତି ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ବାବୁଏ ସୁପ୍ରିଓ ।

ତେବେ ଟିଏମସିରେ ଯୋଗ ଦେବା ପରେ ବାବୁଲ ସୁପ୍ରିଓ ଦିଦିଙ୍କ ବେଶ୍ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଆଗକୁ ଦଳରେ ତାଙ୍କୁ କେଉଁ ଭୂମିକା ଦିଆଯିବ ତାହା ମମତା ବାନାର୍ଜୀ ନିଷ୍ପତି ନେବେ ବୋଲି କହିଛନ୍ତି ବାବୁଲ ସୁପ୍ରିଓ ।

  • Tags:

Subscribe

National International State Sports Entertainment