ଭୁୁବନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବିଦା ହେବା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏବେ ମୁହାଁମୁହିଁ ହୋଇଛନ୍ତି ପ୍ରଭାତ ବିଶ୍ୱାଳ ଓ ସାଂସଦ ଦେବାଶିଷ ସାମନ୍ତରାୟ । ସାଂସଦ ଦେବାଶିଷଙ୍କୁ କଡା ଟାର୍ଗେଟ୍ କରିଛନ୍ତି ପ୍ରଭାତ । ଦେବାଶିଷଙ୍କ ଅକୃତଜ୍ଞ ଓ ଲାଲବାଗର ଜବାବ ରଖିଛନ୍ତି ପ୍ରଭାତ । ଆଉ କହିଛନ୍ତି ଦେବାଶିଷଙ୍କ ପାଇଁ ଲାଲ୍ ପିନ୍ଧୁଛି ।
ପ୍ରଭାତ କହିଛନ୍ତି, ଦେବାଶିଷ ସାମନ୍ତରାୟଙ୍କ ପାଇଁ ଲାଲ୍ ପିନ୍ଧୁଛି । ମୁଁ କଣ ଲୋକେ ଜାଣନ୍ତି, ଦେବାଶିଷ ବାବୁଙ୍କୁ ବି ଜାଣନ୍ତି । ନିଜ ବେପାର କରିବାକୁ ସେ ବିଜୁ ଜନତା ଦଳରେ ମିଶିଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ଦେବାଶିଷଙ୍କର ହାତ ରହିଛି । ଗୁଣ୍ଡା ହୋଇ ସେ ଚାନ୍ଦା ଆଦାୟରେ ଲାଗି ପଡିଛନ୍ତି । ବେଳେ ବେଳେ ସେ କଣ କୁହନ୍ତି, କିଛି ଜାଣି ପାରନ୍ତି ନାହିଁ । ମୋ ବିରୋଧରେ ଚିଟଫଣ୍ଡ ଅଭିଯୋଗ କଲେ, ସିବିଆଇ କିଛି ପାଇଲାନି । ଦଳ ପାଇଁ ଭଲ କାମ କରି ବହିଷ୍କୃତ ହେଲି । ନବୀନ ବାବୁ ଜଣେ ଭଲ ମଣିଷ । କିନ୍ତୁ ପ୍ୟାରୀବାବୁ ଓ ପାଣ୍ଡିଆନଙ୍କ ଉପରେ ନିର୍ଭରଶୀଳ ଥିଲେ ।
ସେ ଏହା ମଧ୍ୟ କହିଛନ୍ତି ଯେ, ସଂତୃପ୍ତ ମିଶ୍ରଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ଦେବାଶିଷଙ୍କ ଚରିତ୍ର ସମସ୍ତେ ଜାଣନ୍ତି । ଭାଇବୋହୂ ଅଧିକ କହିବେ । କୌଣସି ଉଦ୍ଦେଶ୍ୟ ରଖି ମୁଁ କିଛି କହି ନାହିଁ । ମୋ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ହେବା ମୁଁ ଜାଣି ପାରୁନି ବୋଲି ପ୍ରଭାତ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲେ । ୩ୟ ସିଟ୍ ପାଇଁ ବରିଷ୍ଠ ନେତା ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪ର୍ଥ ଆସନ ପାଇଁ ଡଃ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଦଳର ଏହି ଘୋଷଣା ପରେ ବର୍ଷିଥିଲେ ପ୍ରଭାତ ବିଶ୍ୱାଳ । ସେ ପରୋକ୍ଷରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମାଲୋଚନା କରିଥିଲେ । ଏହା ପରେ ନବୀନଙ୍କ ନିର୍ଦ୍ଦେଶ କ୍ରମରେ ତାଙ୍କୁ ଦଳରୁ ବିତାଡିଡ କରିଥିଲେ ।
Also read: ମାଓବାଦୀଙ୍କ ‘ଧନ ଭଣ୍ଡାର’ରେ ପହଞ୍ଚିଲେ ଯବାନ: ଉଦ୍ଧାର ହେଲା ୨୦୦୦ ଟଙ୍କିଆ ନୋଟ୍ ବିଡ଼ା