ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନମଣ୍ଡଳୀରେ ଭୋଟ୍ ପ୍ରଚାର ଜୋର ଧରିଛି। ପ୍ରଚାର ଭିତରେ ବିଜେପି ଶିବିର ଖୁବ୍ ଉତ୍ସାହିତ ହୋଇପଡ଼ିଛି। ପ୍ରତ୍ୟେକ ଦିନ ଦଳରେ ନୂଆ ନୂଆ ନେତା ଆସି ମିଶୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସି ଅସୁରାଳିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପରେ ବିଜେପି କର୍ମୀ ମାନେ ଉତ୍ସାହିତ ହୋଇପଡ଼ିଛନ୍ତି।
ଏହାରି ଭିତରେ ସୂରଜ ସୂର୍ଯ୍ୟବଂଶୀଙ୍କୁ ବଳ ଦେଇଛନ୍ତି ଦାଦନ ଶ୍ରମିକ। ଦେଶ ଓ ବିଦେଶରେ କାମ କରୁଥିବା ଯୁବକମାନେ ଆସି ପ୍ରବାସୀ ସମ୍ମିଳନୀ କରିଛନ୍ତି। ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଯୁବକମାନେ ଗାଁକୁ ଗାଁ ବୁଲି ସୂରଜଙ୍କ ପାଇଁ ପ୍ରଚାର କରୁଛନ୍ତି। ରାଜ୍ୟ ସରକାରଙ୍କ ଭୁଲ୍ ନୀତି ଯୋଗୁଁ ସେମାନେ ନିଜ ଅଞ୍ଚଳରେ କାମ ପାଉନାହାନ୍ତି। ଅନ୍ୟ ରାଜ୍ୟରେ ଯାଇ ଦାଦନ ଖଟୁଥିବା କହି ନିଜର ଦୁଃଖ ଜଣାଇଛନ୍ତି । ରାଜ୍ୟରେ ସବୁ ସାଧନ ଥାଇ ବି ଦୁର୍ନୀତି ଓ ସରକାରଙ୍କ ଭୁଲ୍ ନୀତି ଯୋଗୁଁ ସେମାନେ ଆଜି ବାହାର ରାଜ୍ୟରେ ଯାଇ ଖଟୁଛନ୍ତି ।
ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ନେଇ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ନିଜର ୧୫ ମାସ କାର୍ଯ୍ୟକାଳରେ ବିଧାନସଭାରେ ବାରମ୍ବାର କଥା ଉଠାଇଛନ୍ତି। ଏହାସହ ୫ ବର୍ଷରେ ପ୍ରତି ପଞ୍ଚାୟତରୁ ୧୦୦ ଜଣଙ୍କୁ ଚାକିରୀ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମେ ୫ ତାରିଖରେ ଏନେଇ ସୂର୍ଯ୍ୟବଂଶୀ ନିଜ ଫେସବୁକ ପେଜରେ ପୋଷ୍ଟ କରିଥିଲେ। ଏହାକୁ ଦେଖି ବାହାର ରାଜ୍ୟରେ ଦାଦନ ଖଟୁଥିବା ଧାମନଗରର ଯୁବକମାନେ ସ୍ବତ ପ୍ରବୃତ୍ତ ହୋଇ ଧାମନଗର ଫେରି ଆସିଛନ୍ତି।
ଅଧିକ ପଢନ୍ତୁ :ଆଜି ପୁଣି ଓଡ଼ିଶାରେ ମାରାଥନ ପ୍ରଚାର କରିବେ ମୋଦୀ