ଆଗେଇ ଚାଲିଛି କଂଗ୍ରେସର ଭାରତ ଯୋଡ ଯାତ୍ରା । କଡ଼ା ସୁରକ୍ଷା ମଧ୍ୟରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଜମ୍ମୁ କାଶ୍ମୀରରେ ପ୍ରବେଶ କରିଛି। ତେବେ ଜମ୍ମୁ କାଶ୍ମୀର ହେଉଛି ଭାରତ ଯୋଡ଼ୋ ଯାତ୍ରାର ଶେଷ ଗନ୍ତବ୍ୟ ସ୍ଥଳ। ଭାରତ ଯୋଡ଼ୋ ଯାତ୍ରା ଏଠାରେ ଶେଷ ହେବ। ଜାମ୍ମୁ-କଶ୍ମୀରରେ ପ୍ରବେଶ କରିବା ଅବସରରେ ରାହୁଲ ଏକ ଜନସଭାରେ କହିଛନ୍ତି, ଆଜି ମୁଁ ମୋ ଘରକୁ ଆସିଛି କାରଣ ମୋ ପରିବାର ଜମ୍ମୁ କଶ୍ମୀରର। ଉଲ୍ଲେଖଯୋଗ୍ୟ,୭ ସେପ୍ଟେମ୍ବର ୨୦୨୨ରେ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ ହୋଇଥିଲା। ଜାନୁଆରି ୩୦ରେ ଯାତ୍ରା ଶ୍ରୀନଗରରେ ଶେଷ ହେବ।