ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଶେଷରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଜେଲରୁ ବାହାରିବା ପରେ ଗର୍ଜିଛନ୍ତି ଆପ୍ ସଂଯୋଜକ । ସେ କହିଛନ୍ତି ଜେଲରୁ ବାହାରିବା ପରେ ତାଙ୍କର ଉତ୍ସାହ ୧୦୦ ଗୁଣା ଅଧିକ ବଢି ଯାଇଛି । ଯେତେ ଦେଶବିରୋଧୀ ଶକ୍ତି ଯେଉଁମାନେ ଦେଶକୁ ବିଭାଜନ କରିବା ଏବଂ ଦେଶକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିରୋଧରେ ମୋର ଲଢେଇ ଆଗକୁ ମଧ୍ୟ ଜାରି ରହିବ ।
କେଜରିୱାଲ କହିଛନ୍ତି, ଯାହାଙ୍କ କୃପାରୁ ମୁଁ ଆଜି ଆପଣଙ୍କ ଗହଣରେ ଅଛି, ସେହି ଲକ୍ଷାଧିକ ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଲକ୍ଷ ଲକ୍ଷ ଲୋକ ମୋ ପାଇଁ ପ୍ରାର୍ଥନା କରିଛି ଏବଂ ମୋତେ ଆଶୀର୍ବାଦ ପଠାଇଛନ୍ତି । ମନ୍ଦିର ଗଲେ, ମସଜିଦ ଗଲେ, ଗୁରୁଦ୍ୱାରା ଗଲେ । ସେହି ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା । ଆଜି ବର୍ଷା ସତ୍ତ୍ୱେ ଏତେ ସଂଖ୍ୟାରେ ଆସିଥିବା ଲୋକଙ୍କ ପ୍ରତି ମୁଁ ବିଶେଷ କୃତଜ୍ଞ ।
ସେ କହିଛନ୍ତି, ମୋ ଜୀବନ ଦେଶ ପାଇଁ ସମର୍ପିତ । ମୋ ଜୀବନର ପ୍ରତି ମୁହୂର୍ତ୍ତ ଦେଶ ପାଇଁ ରହିଛି । ମୁଁ ଜୀବନରେ ବହୁତ ସଂଘର୍ଷ କରିଛି । ଜୀବନରେ ବହୁତ କଷ୍ଟକର ସମୟ ଦେଇ ଗତି କରିଛି । ମୋର ପ୍ରତିଟି ପଦକ୍ଷେପରେ ଭଗବାନ ମୋତେ ଆଶୀର୍ବାଦ କରିଛନ୍ତି । ଉପରବାଲା ମୋତେ ସାହାଯ୍ୟ କରିଛନ୍ତି, କାରଣ ମୁଁ ସତ୍ୟରେ ଥିଲି । ଯେଉଁ ଲୋକମାନେ ମୋତେ ଜେଲରେ ଭର୍ତ୍ତି କରିଛନ୍ତି, ସେମାନଙ୍କୁ ଲାଗିଲା ଆମେ ସବୁ ଭାଙ୍ଗି ପଡିବୁ ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିରୋଧୀଙ୍କ ତାର୍ତ୍ସଲ୍ୟ କରି କହିଛନ୍ତି, ମୁଁ ଜେଲରୁ ବାହାରିଛି ଏବଂ ମୋର ଉତ୍ସାହ ଶହେ ଗୁଣା ବୃଦ୍ଧି ପାଇଛି । ସେମାନଙ୍କ ଜେଲର ଚାରି କାନ୍ଥ କେଜରିୱାଲର ଉତ୍ସାହକୁ କମ କରି ପାରିବ ନାହିଁ । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି, ଯେମିତି ଆଜି ପର୍ଯ୍ୟନ୍ତ ମୋତେ ରାସ୍ତା ଦେଖାଇଛନ୍ତି, ଆଗକୁ ମଧ୍ୟ ସେମିତି ରାସ୍ତା ଦେଖାଇ ଚାଲନ୍ତୁ । ଯେତେ ଦେଶବିରୋଧୀ ତତ୍ୱ ଅଛନ୍ତି ସବୁ ଦେଶକୁ ବିଭାଜନ କରିବାରେ ଲାଗିଛନ୍ତି । ଆଉ ସେମାନଙ୍କ ବିରୋଧରେ ମୋର ଲଢେଇ ଜାରି ରହିବ ।