ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ଆଉ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ୨ୟ ପର୍ଯ୍ୟାୟରେ ୨୭ ଜଣ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହାକୁ ମିଶାଇ ମୋଟ ୧୦୮ ବିଧାନସଭା ପ୍ରାର୍ଥୀଙ୍କ ନାମ ବିଜେଡି ଘୋଷଣା କରିଛି।
ତେବେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ ମିଳିଛି ଟିକେଟ୍ । କିଛିଦିନ ପୂର୍ବରୁ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ। ପ୍ରକାଶଙ୍କୁ ବାରବାଟୀ କଟକରୁ ଟିକେଟ୍ ମିଳିଥିବାବେଳେ ପ୍ରଶାନ୍ତ ବେହେରାଙ୍କୁ ସାଲେପୁରରୁ ଟିକେଟ୍ ମିଳିଛି।
ଆଜି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା
ରେଙ୍ଗାଲି - ସୁଦର୍ଶନ ହରିପାଲ
ରାଉରକେଲା - ସାରଦା ପ୍ରସାଦ ନାୟକ
ବୀରମିତ୍ରପୁର - ରୋହିତ ଜୋସେଫ ତିର୍କି
କେନ୍ଦୁଝର - ଶ୍ରୀମତୀ ମିନା ମାଝୀ
ରାଇରଙ୍ଗପୁର - ରାଇସେନ ମୁର୍ମୁ
ବାଲେଶ୍ବର - ସ୍ବରୂପ କୁମାର ଦାସ
ବାରବାଟୀ -କଟକ - ପ୍ରକାଶ ଚନ୍ଦ୍ର ବେହେରା
ସାଲେପୁର - ପ୍ରଶାନ୍ତ ବେହେରା
ଜୟଦେବ - ନବ କିଶୋର ମଲ୍ଲିକ