ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନବୀନ ନିବାସରେ ହଲଚଲ ଆରମ୍ଭ ହୋଇଛି । ଚାଲିଛି ଶାସକ ଦଳର ରୁଦ୍ଧ ଦ୍ୱାର ବୈଠକ | ପଦ୍ମପୁର ଉପ ନିର୍ବାଚନ ନେଇ ନିଆଯାଉଛି ଫିଡବ୍ୟାକ । ୫୦ରୁ ଅଧିକ ନେତା ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି । ଯେଉଁମାନେ ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ କାର୍ଡ ଦେଉଥିବା ନେଇ ସୂଚନା ମିଳିଛି । ଯେଉଁ ରିପୋର୍ଟ କାର୍ଡ ଆଧାରରେ ମାନସମନ୍ଥନ ଚାଲିଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ଼ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବିଧାୟକ ବ୍ରଜ ପ୍ରଧାନ ଓ ସୁଶାନ୍ତ ରାଉତଙ୍କ ଭଳି ଅନେକ ବଡ଼ ବଡ଼ ନେତାଙ୍କୁ ଚାଲିଛି ବୈଠକ ।
ପଦ୍ମପୁର ଉପ-ନିର୍ବାଚନର ଫଳାଫଳ ବିଜେଡି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଧାମନଗର ଉପ-ନିର୍ବାଚନରେ ଦଳ ପରାଜିତ ହେବା ପରେ ବିରୋଧୀ ବିଜେପି କେବଳ ଯେ ଉତ୍ସାହିତ ହୋଇଥିଲା ତାହା ନୁହେଁ ବରଂ ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଥିବା ନେଇ ଏହା ସଂକେତ ବୋଲି କହିଥିଲା ବିଜେପି । ଏହାସହ ପଦ୍ମପୁର ବିଜେଡିର ନିଜ ଆସନ ହୋଇଥିବାରୁ ଏହି ଆସନରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇବାକୁ ଚାହିଁବ ବିଜେଡି । ଯେହେତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ତେଣୁ ଏହି ଆସନରେ ବିଜୟୀ ହେବା ଏବେ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି ।