ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଆସନ୍ତା 2 ଦିନ ଯାଏଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରଖିବ ବିଜେପି
Khabar Odisha:BJP-to-suspend-all-political-activities-for-the-next-two-days-to-pay-homage-to-Shaheed-Javan
ନୂଆଦିଲ୍ଲୀ, ଜୁନ ୧୮ (ଖବର ଓଡ଼ିଶା):

ଭାରତ ସୀମା ଗଲଭାନ ଘାଟୀରେ ଭାରତ-ଚୀନ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ସହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଆସନ୍ତା 2 ଦିନ ଯାଏଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରଖିବ ବିଜେପି ।

ଏଲଏସିରେ ଚୀନ ଓ ଭାରତ ମଧ୍ୟରେ ହୋଇଥିବା ହିଂସାତ୍ମକ ଲଢେଇରେ ଦେଶର 20 ଜଣ ବୀର ଯବାନ ସହୀଦ ହୋଇଛନ୍ତି । ସହୀଦଙ୍କ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ଆସନ୍ତା 2 ଦିନ ଯାଏଁ ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ କରିଛି ବିଜେପି । ଭର୍ଚୁଆଲ ରାଲି ସହ ସବୁ ରାଜନୈତିକ କ୍ରର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଘୋଷଣା କରିଛନ୍ତି ।

  • Tags:

Subscribe

National International State Sports Entertainment