ବିଜେପି ଯୁବ ନେତା ଦିଲୀପ ପାହାନଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ବିଜେପି ନେତା ଓ କର୍ମୀ ।ଗତ ୧୫ ତାରିଖ ଦିନ ରାଜନୈତିକ ହିଂସାରେ ବିଜେପିର ଯୁବ ନେତା ଦିଲୀପ ପାହାନଙ୍କ ଅକାଳ ବିୟୋଗ ଘଟିଥିବା ବେଳେ ରବିବାର ତାଙ୍କର ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।
ସ୍ବର୍ଗତ ଦିଲିପଙ୍କ ଘର ସମ୍ମୁଖରେରେ ଆୟୋଜିତ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ନେତା ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ସହ ବିଜେପି ନେତା ମାନେ ଓ କର୍ମୀ ମାନେ ଯୋଗ ଦେଇ ଅମର ଆତ୍ମା ର ସଦଗତି କାମନା କରିବା ସହ ହିଂସା ତ୍ୟାଗ କରି ଧର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଇଥିଲେ |ବିଜେପି ନେତ୍ରୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ ଯୋଗ ଦେଇ ରାଜନୀତି ଓ ଗଣତନ୍ତ୍ର ରେ ହିଂସା ର ସ୍ଥାନ ନାହିଁ ଦିଲିପ ର ପରିବାର କୁ ନ୍ୟାୟ ମିଳୁ ଓ ଦିଲୀପ ବିଜେପି ପରିବାର ସଦସ୍ୟା ତାଙ୍କର ସୁଖ ଦୁଃଖ ରେ ରହିବୁ ବୋଲି ପ୍ରକାଶ କରିଥିଲେ |
ରାଜ୍ୟ ବିଜେପି ଓ ବି ସି ମୋର୍ଚା ର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଯୋଗ ଦେଇ ସ୍ବର୍ଗତ ଦିଲିପ ବିଜେପିର ଜଣେ ସକ୍ରିୟ କର୍ମକର୍ତା ସେ ରାଜନୈତିକ ହିଂସା ର ଶିକାର ହୋଇ ମୃତ୍ଯୁ ବରଣ କରିଛନ୍ତି | ଆମେ ହିଂସାରେ ଆଇନ କୁ ହାତକୁ ନେବୁ ନାହିଁ |ଏହି ଅହଂକାର ଓ ଗର୍ବ ରହିବ ନାହିଁ ସମୟ ସବୁ ସଜାଡି ଦେବ ବୋଲି କହିଛନ୍ତି |ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ବିଜେପି ସମ୍ପାଦିକା କସ୍ତୁରୀ ମିଶ୍ର,ଘୁମୁସର ଜିଲ୍ଲା ସମ୍ପାଦଜ ଅନିଲ ପଣ୍ଡା, ଆସିକା ସଂସଦୀୟ ସଂଯୋଜକ ଯଜ୍ଞ ନାରାୟଣ ଦାଶ, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶଙ୍କର ପ୍ରସାଦ ନାହାକ ଓ ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ ପୂର୍ବତନ ସମିତି ସଭ୍ୟ ସକଳେଶ୍ୱର ଦାଶ, ପଦ୍ମ ଚରଣ ସୁବୁଦ୍ଧି, ମଣ୍ଡଳ ସଭାପତି ମିଟୁ ସ୍ୱାଇଁ ଯୁବ ମୋର୍ଚା ଜିଲ୍ଲା ସଭାପତି ଜଗନ୍ନାଥ ଭୂୟାଁ ଙ୍କ ସମେତ ବହୁ କର୍ମୀ ଯୋଗ ଦେଇ ଦିଲିପଙ୍କ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି |
ଏହି ଅବସରରେ ମୃତ ଦିଲୀପଙ୍କ ବିଧବା ପତ୍ନୀ ଓ ତାଙ୍କ ବାପା ରାମ ପାହାନଙ୍କୁ ବିଜେପି ଦଳ ତରଫରୁ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ |