ବିଜେପି ଛାଡି ତୃଣମୁଳ କଂଗ୍ରେସରେ ଯୋଗ ଦେଲେ ବାବୁଲ ସୁପ୍ରିଓ
Khabar Odisha:BJP-MP-Babul-Supriyo-joins-TMC

ନୁଆଦିଲ୍ଲୀ, ସେପ୍ଟେମ୍ବର ୧୮(ଖବର ଓଡିଶା): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ଦଳରୁ ଟିକେଟ ପାଇ ଦୁଇଥର ଆସାନସୋଲରୁ ସାଂସଦକୁ ଯାଇଥିବା ବାବୁଲ ସୁପ୍ରିଓ ଶନିବାର ଦିନ ତୃଣମୁଳ କଂଗ୍ରେସରେ ଯୋଗ ଦେଇଛନ୍ତି। ମୁକୁଲ ରୟ ଦଳ ଛାଡି ଟିଏମସିରେ ଯୋଗଦେବା ପରେ ୨୦୨୧ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବିଜେପିୁ ଦଳ ଛାଡିଥିବା ବାବୁଲ ହେଉଛନ୍ତି ବଡ ନେତା । 

ବାବୁଲ ସୁପ୍ରିଓ ଏଠାରେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଡେରେକ୍ ଓବ୍ରିଏନ୍‌ଙ୍କ ଉପସ୍ତିତିରେ ଟିଏମସି କାର୍ଯ୍ୟାଳୟରେ ରାଜ୍ୟର ଶାସକ ଦଳରେ ଯୋଗ ଦେଇଥିଲେ। ଜୁଲାଇ ୩୧ ରେ ଶ୍ରୀ ସୁପ୍ରିଓ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ସେ ସାଂସଦ ପଦରୁ ଇସ୍ତଫା ଦେବେ ଏବଂ ସକ୍ରିୟ ରାଜନୀତିରୁ ଦୂରେଇ ରହିବେ। ପରେ ସେ ସାଂସଦ ରହିବେ ବୋଲି କହିଛନ୍ତି।

ସେ ଟଲିଗୁଞ୍ଜ ଆସନରୁ ୨୦୨୧ ବିଧାନସଭା ନିର୍ବାଚନରେ ହାରି ଯାଇଥିଲେ। ଜୁଲାଇରେ କ୍ୟାବିନେଟ ସଂମ୍ପ୍ରସାରଣ ସମୟରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ସେବେଠାରୁ ତାଙ୍କୁ ଦଳର ନେତୃତ୍ୱ ପ୍ରତି ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ତାଙ୍କୁ ପର୍ଯ୍ୟାପ୍ତ ଦାୟିତ୍ୱ ଦିଆଯାଇ ନାହିଁ।

୨୦୧୪ ଏବଂ ୨୦୧୯ ରେ ଆସାନସୋଲରୁ ସୁପ୍ରିଓ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଗୁରୁତ୍ୱପୂର୍ଣ୍ଣ ଭବାନୀପୁର ବାଇଲର କିଛି ସପ୍ତାହ ପୂର୍ବରୁ ଏହି ଘଟଣା ଘଟିଛି। କୌତୁହଳର ବିଷୟ ହେଉଛି, ବିଜେପି ଏହି ଆସନ ପାଇଁ ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ ଶ୍ରୀ ସୁପ୍ରିଓଙ୍କୁ ମନୋନୀତ କରିଥିଲେ।

ଇାବୁଲଙ୍କ ଏହି ପଦକ୍ଷେପ ରାଜ୍ୟ ବିଜେପି ମୁଖପାତ୍ର ଶାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବାବୁଲ ସୁପ୍ରିଓ ଆସାନସୋଲର ଲୋକଙ୍କୁ ପ୍ରତାରଣା କରିଛନ୍ତି ଏବଂ ଏହା ମଧ୍ୟ ପ୍ରମାଣ କରିଛନ୍ତି ଯେ ଜଣେ ମନ୍ତ୍ରୀ ରହିବା ଏବଂ କ୍ଷମତାକୁ ଉପଭୋଗ କରିବା ତାଙ୍କର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ।

  • Tags:

Subscribe

National International State Sports Entertainment