ଅଧିବେଶନ ଆରମ୍ଭରୁ ଗୃହରେ ହୋହଲ୍ଲା, ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ
Khabar Odisha:BJP-MLAs-boycott-address-of-Governor-Prof-Ganeshi-Lal-to-the-Assembly-on-the-first-day-of-the-budget-session
ଖବର ଓଡିଶା : 21/02/2023

 ବଜେଟ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଅଭିଭାଷଣ ରଖିଥିଲେ । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ହୋହଲ୍ଲା ଓ ହଟ୍ଟଗୋଳ ହୋଇଥିଲା । ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପି ବର୍ଜନ କରିଛି। ଦୂର ସଦସ୍ୟମାନେ କକ୍ଷତ୍ୟାଗ କରି ବିଧାନସଭା କକ୍ଷପଥରେ ହାତରେ ପ୍ଲାକାର୍ଡ ଧରି ଧାରଣା ଦେଇଛନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ । ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ।  ବିଜେପି କକ୍ଷତ୍ୟାଗ କରିବା ସହ ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଘେରିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି,  ସରକାରଙ୍କର ଜଣେ ମନ୍ତ୍ରୀଙ୍କୁ ସରକାର ମାରିଲେ । ପୋଲିସ ତ ସରକାରଙ୍କର ଅଂଶବିଶେଷ । ଜଣେ ମନ୍ତ୍ରୀଙ୍କୁ ଯେତେବେଳେ ହତ୍ୟା କରାଯାଉଛି ସେତେବେଳେ ସାଧାରଣ ଜନତାଙ୍କର ସୁରକ୍ଷା କିଏ କରିବ । ସେ ସିଧା ସଳଖ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5T ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଛନ୍ତି । ହତ୍ୟାକାଣ୍ଡର 4 ଦିନ ପୂର୍ବରୁ 5ଟି ସଚିବ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କଣ କଥା ହୋଇଥିଲେ । ତେଣୁ ଉଭୟଙ୍କର ମୋବାଇଲ କଲ୍ ରେକର୍ଡ ଯାଞ୍ଚ କରାଯାଉ । ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି ଜୟ ନାରାୟଣ । ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ପୋଡିୟମ ତଳେ ଛିଡ଼ା ହୋଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ପ୍ରତିବାଦ କରିବା ସହ ହଟ୍ଟଗୋଳ କରୁଥିବାର ଦେଖିବାକୁ ମିଳିଥିଲା। ନବ ଦାସ ହତ୍ୟାକାଣ୍ଡର ପର୍ଦାଫାସ କରା ନ ଯିବା ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଦର୍ଶାଇ ପ୍ରଥମେ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ନିଜ ସ୍ଥାନରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ। 

Subscribe

National International State Sports Entertainment