ଓଡ଼ିଶା ଗସ୍ତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶିବରାଜ । ସେ କହିଛନ୍ତି ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର, ଦୁର୍ନୀତିର ସବୁ ସୀମା ଏଠାରେ ଟପିଛି, ଜୀବିତ ବ୍ୟକ୍ତିଙ୍କୁ ଏଠାରେ ମୃତ ସଜାଇ ଦିଆଯାଇଛି ।
ଓଡ଼ିଶାରେ ନବୀନ ପଟ୍ଟନାୟକ ନିଜେ ସରକାର ଚଳାଉନାହାନ୍ତି, ସ୍ଥିତି ଦେଖିଲେ ଲାଗୁଛି ଆଉଟସୋର୍ସକୁ ଶାସନ ବ୍ୟବସ୍ଥା ଦିଆଯାଇଛି । ଅଧିକାରୀ ସରକାର ଚଲାଉଛନ୍ତି ଆଉ ସେମାନେ ବେଲଗାମ ହୋଇ ରାଜ୍ୟକୁ ଦୁର୍ନୀତିରେ ବୁଡ଼ାଇଛନ୍ତି । ଓଡ଼ିଶାରେ ମହିଳା ଅସୁରକ୍ଷିତ ରହିଛନ୍ତି , ମହିଳାଙ୍କ ଉପରେ ଅତ୍ୟାଚାର ସବୁ ସୀମା ଟପିଛି । କେନ୍ଦ୍ରୀୟ ଯୋଜନାକୁ ରି-ବ୍ରାଣ୍ଡିଂ କରି ରାଜ୍ୟ ସରକାର ଲୋକଙ୍କୁ ଦେଉଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନି। କେନ୍ଦ୍ରରୁ ମୋଦିଜୀ ଟଙ୍କା ପଠାଉଛନ୍ତି ଆଉ ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି ବୋଲି କହିଛନ୍ତି ଶିବରାଜ ।
ଏଥର ନିର୍ବାଚନରେ ଓଡ଼ିଶାରେ ବିଜେପି ବହୁମତ ସହ ସରକାର ଗଢ଼ିବ ବୋଲି ଦୃଢ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ। ସେ କହିଛନ୍ତି,ଲୋକସଭାରେ ବିଜେପି ବିପୁଳ ଭୋଟ ପାଇବ । ଓଡ଼ିଶାରେ ବିଜେପି ପୂରା ଶକ୍ତି ଲଗେଇ ଲଢ଼ିବ ଓ ସରକାର ଗଢ଼ିବ । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ଅର୍ଥ ସଠିକ ବିନିଯୋଗ ହେଉନି ବୋଲି ଅଭିଯୋଗ କରିଛନ୍ତି ଶିବରାଜ ସିଂ ଚୌହାନ ।
ଅଧିକ ପଢନ୍ତୁ :- ଆଜି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ