ଖବର ଓଡିଶା : 11/03/2023
ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ର ପାଣିଗ୍ରାହୀ | ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ସ୍ୱାମୀ ସ୍ତ୍ରୀ ଦୁହେଁ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଦମ୍ପତିଙ୍କ ବ୍ୟତୀତ ଆହୁରି ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ସାମିଲ ହୋଇଛନ୍ତି । ଆଜି ବାଲେଶ୍ବର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ସାଂସଦ ପ୍ରତାପ ଷଡ଼ଙ୍ଗୀ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ଓଲିଉଡର ଲୋକପ୍ରିୟ କଳାକାର ମହାଶ୍ବେତା, ଅପରାଜିତା, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅନୁ ଚୌଧୁରୀ, ଶ୍ରୀତମ୍ ଦାସ ଓ ଅଖିଳ ପଟ୍ଟନାୟକ ପ୍ରମୁଖ ବିଜେପିରେ ଯୋଗ ଦେଇ ଦଳରେ ସକ୍ରିୟ ଅଛନ୍ତି।