ଖବର ଓଡ଼ିଶା: ୱାକଫ୍ ଆଇନ ସଂଶୋଧନ ବିଲ୍ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯିବ । ଏହି କମିଟିରେ ମୋଟ ୩୧ ଜଣ ସାଂସଦ ସଦସ୍ୟ ରହିବେ ବୋଲି ଘୋଷଣା କରାଯାଇଛି । ଏଥିରେ ଲୋକସଭାର ୨୧ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ସାମିଲ ହେବେ । ଏହି କମିଟିରେ ଉତ୍ତର ପ୍ରଦେଶର ୩ ଜଣ ସାଂସଦ ରହିଛନ୍ତି । ଏହା ସହିତ ଓଡ଼ିଶାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ରହିଛନ୍ତି ।
ଶୁକ୍ରବାର ୱାକଫ୍ ଆଇନ ସଂଶୋଧନ ବିଲ୍ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ଶୀତ ଅଧିବେଶନର ପ୍ରଥମ ସପ୍ତାହରେ ଏହି କମିଟି ରିପୋର୍ଟ ଦାଖଲ କରିବ । ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଉପସ୍ଥାପନ କରିଥିଲେ । ବିରୋଧୀଙ୍କ ପ୍ରବଳ ବିରୋଧ ପରେ ବିଲକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ କିରଣ ରିଜିଜୁ ସୁପାରିଶ କରିଥିଲେ । ମନ୍ତ୍ରୀ ୱାକଫ (ସଂଶୋଧନ)ବିଲ୍ ପାଇଁ ୨୧ ଲୋକସଭା ସଦସ୍ୟ ଏବଂ ୧୦ ଟି ରାଜ୍ୟସଭା ସଦସ୍ୟଙ୍କ ନାମ ସୁପାରିଶ କରିବାକୁ କହିଥିଲେ । ଏହା ପରେ ଗୃହରେ ସଂକଳ୍ପ ପାରିତ ହୋଇଥିଲା ।
କମିଟିରେ ଯେଉଁ ଲୋକ ସଭା ସାଂସଦ ରହିବେ ସେମାନେ ହେଲେ ଜଗଦମ୍ବିକା ପାଲ, ନିଶିକାନ୍ତ ଦୁବେ, ତେଜସ୍ୱୀ ସୂର୍ୟ୍ୟା, ଆପାରାଜିତା ଷଡ଼ଙ୍ଗୀ, ସଞ୍ଜୟ ଜୟସୱାଲ, ଦିଲୀପ ସୌକିଆ, ଅଭିଜିତ ଗଙ୍ଗୋପାଧ୍ୟାୟ, ଡି.କେ ଅରୁଣା, ଗୌରବ ଗୋଗୋଇ, ଇମ୍ରାନ ମାସୁଦ, ମହମ୍ମଦ ଜାଭେଦ, ମୌଲାନା ମୋହିବୁଲ୍ଲାହ ନଦୱି, କଲ୍ୟାଣ ବାନାର୍ଜୀ, ଏ ରାଜା, ଲାବୁ ଶ୍ରୀ କୃଷ୍ଣ ଦେବରାୟଲୁ, ଦିଲେଶ୍ୱର କାମେତ, ଅରବିନ୍ଦ ସାୱନ୍ତ, ସୁରେଶ ଗୋପୀନାଥ, ନରେଶ ଗଣପତ୍ ମାସ୍କେ, ଅରୁଣ ଭାରତୀ ଓ ଆସାଦୁଦ୍ଦିନ ଓବେସି । ଏହି କମିଟିରେ ଉତ୍ତର ପ୍ରଦେଶର ୩ ଜଣ ସାଂସଦ ରହିଛନ୍ତି । ସେମାନେ ହେଲେ ସିଦ୍ଧାର୍ଥନଗରର ଡୋମାରିଆଗଞ୍ଜର ବିଜେପି ସାଂସଦ ଜଗଦମ୍ବିକା ପାଲ, ସାହାରନପୁରରୁ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ଏବଂ ରାମପୁରରୁ ସମାଜବାଦୀ ପାର୍ଟି ସାଂସଦ ମୋହିବୁଲ୍ଲା ନଦଭି ରହିଛନ୍ତି ।