ବିଜେଡି ନେତାଙ୍କୁ ମହଙ୍ଗା ପଡ଼ିଲା ସରକାରୀ ଜାଗାରେ ଜନ୍ମଦିନ ପାଳନ କରିବା । ଖବର ପରେ ଥାନାରେ ଏତଲା । ଭଦ୍ରକ ଜିଲ୍ଲା ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଳନକୁ ନେଇ ଥାନାରେ ଏତଲା ହୋଇଛି ।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଭଦ୍ରକ ଟାଉନ ସରକାରୀ RMC ମାର୍କେଟ୍ କମ୍ପ୍ଲେକ୍ସରେ ଅସିତ୍ଙ୍କ ଜନ୍ମଦିନ ପାଇଁ ଆୟୋଜନ ହୋଇଥିଲା ଏକ ବିଶାଳ କାର୍ଯ୍ୟକ୍ରମ । ବେଶ ଧୁମଧାମରେ ଆୟୋଜନ ହୋଇଥିଲା ଅସିତ ଙ୍କ ଜନ୍ମଦିନ | ଯାହା ଏବେ ଭାରି ପଡିଛି ତାଙ୍କୁ । ନେତାଙ୍କ ପାଇଁ ସହରରେ ବାଇକ୍ ରାଲିହେଲା , ଡିଜେ ବି ବାଜିଲା ଏବଂ ବାଣ ଫୁଟାଇ ଏହାକୁ ସେଲିବ୍ରେସନ କରାଯାଇଥିଲା । ସହକର୍ମୀ ଙ୍କ ସହ ତାଳ ମିଳେଇ ନାଚିଲେ ବିଜେଡି ନେତା | ବିନା ଅନୁମତିରେ ସରକାରୀ ଜାଗାରେ ଏଭଳି ରାଜନୈତିକ କାର୍ଯ୍ୟକ୍ରମ କୁ ନେଇ ଜନସାଧାରଣ କ୍ଷୋଭ ପ୍ରକାଶ କରିଥିଲେ । ବିନା ଅନୁମତିରେ କୌଣସି ସରକାରୀ ଜାଗାରେ ରାଜନୈତିକ କାର୍ଯ୍ୟକ୍ରମ ଆଦୌ ଉଚିତ୍ ନୁହେଁ । ତେଣୁ ଏନେଇ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୁଣା ବଜାର IICଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।