ଉତ୍ତରପ୍ରଦେଶ: ମହାକୁମ୍ଭ ମେଳାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା । ଏଥିପାଇଁ ଜନୁସମୁଦ୍ର ପାଲଟିଛି ପ୍ରୟାଗରାଜ । କୋଟି କୋଟି ଲୋକେ ଏଠାକୁ ବୁଡ଼ ପକାଇବାକୁ ଆସୁଛନ୍ତି । ତେବେ ଏହାରି ଭିତରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି ।
ମହାକୁମ୍ଭ ମେଳାକୁ ସାଙ୍ଗ ହୋଇ ଆସିଥିଲେ ଶାଶୁ ବୋହୂ, ହେଲେ ଭିଡ଼ ଭିତରେ ହଜିଯାଇଛନ୍ତି ଶାଶୁ । ଏପଟେ ଶାଶୁକୁ ଖୋଜି ଖୋଜି ଗଳି କନ୍ଦି ସବୁଠି କାନ୍ଦି ବୁଲୁଛନ୍ତି ବୋହୂ । ସୋସିଆଲ ମିଡ଼ିଆରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହେଉଥିବା ଭିଡ଼ିଓରେ କାନ୍ଦୁଥିବା ମହିଳା ଜଣଙ୍କୁ ଅନ୍ୟ ଜଣେ ମହିଳା ପଚାରୁଛନ୍ତି ଯେ, ସେ କାହିଁକି କାନ୍ଦୁଛନ୍ତି । ସେହି ସମୟରେ ମହିଳା ଜଣକ କହୁଛନ୍ତି ଯେ, ସେ ତାଙ୍କ ଶାଶୂଙ୍କ ସହ ମହାକୁମ୍ଭ ଦେଖିବାକୁ ଆସିଥିଲେ ଓ ସେ ହଜି ଯାଇଛନ୍ତି । ସେଠାରେ ଥିବା ଲୋକ ତାଙ୍କର ଏ କାନ୍ଦିବା ଦେଖି ରୁଣ୍ଡ ହୋଇ ଯାଉଛନ୍ତି ଓ ତାଙ୍କୁ ଆଶ୍ୱାସନା ଦେଇ ଆନାଉନ୍ସମେଣ୍ଚ କରୁଥିବା ଲୋକଙ୍କୁ ଜଣାଇବାକୁ କହିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୋହୂର ଶାଶୂ ପ୍ରତି ଥିବା ପ୍ରେମ ସ୍ପଷ୍ଟ ବାରି ହେଉଛି ।
ବର୍ତ୍ତମାନ ସମୟରେ ଶାଶୁ ବୋହୂର ସମ୍ପର୍କକୁ ନେଇ ଅନେକ ଲୋକେ ଅନେକ କଥା କୁହନ୍ତି । କେହି କେହି ଶାଶୁ-ବୋହୂ ସମ୍ପର୍କକୁ ନକ୍ରରାତ୍ମକ ଭାବେ ଦର୍ଶାନ୍ତି । ହେଲେ ଏହି ମହିଳାଙ୍କ ନିଜ ଶାଶୁ ପ୍ରତି ଥିବା ଭଲପାଇବା, ଭିଡ଼ ଭିତରେ ନିଜ ଶାଶୁଙ୍କ ଖୋଜି ନ ପାଇବାରୁ ସେ ଯେଭଳି ବ୍ୟସ୍ତ ବିବ୍ରତ ହେଉଛନ୍ତି, ତାହା ତାଙ୍କ ଶାଶୁ ପ୍ରତି ନିଚ୍ଛକ ଭଲପାଇବାକୁ ସୂଚାଉଛି ।